‘ମିଛ ଓ ଗୁଜବ ସୃଷ୍ଟିକାରୀ ବିଜେଡି’କୁ ଉଚିତ୍ ଜବାବ୍ ଦେବା ପାଇଁ ଓଡିଶାବାସୀ ମନସ୍ଥିର କରିଛନ୍ତି।ଦଳ ଭାଙ୍ଗି ଯାଉଥିବାରୁ ପ୍ରଳାପ କରୁଛନ୍ତି ବିଜେଡି ନେତା : ଗୋଲକ ମହାପାତ୍ର

0
41

ଭୁବନେଶ୍ୱର,୦୧/୦୪/୨୦୨୪: ଭାରତୀୟ ଜନତା ପାର୍ଟୀ ହେଉଛି ବିଶ୍ୱର ସବୁଠୁ ବଡ ଏବଂ ଗଣତାନ୍ତ୍ରୀକ ରାଜନୈତିକ ଦଳ । ଦିଲ୍ଲୀରେ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ବିଜେପିରେ ପ୍ରାର୍ଥୀ ଟିକେଟ୍ ନାମ ତାଲିକା ଘୋଷଣା କରନ୍ତି । ଠିକ୍ ସମୟରେ ବିଜେପିର ପ୍ରାର୍ଥୀ ଘୋଷଣା କରାଯିବ । ଗଣତନ୍ତ୍ର ବ୍ୟବସ୍ଥାରୁ ବାହାରେ ଥିବା ଏବଂ ବ୍ୟକ୍ତିବିଶେଷ ହୋଇ ପଡିଥିବା ବିଜୁ ଜନତା ଦଳକୁ ଏହା ବୁଝିବା ଅତ୍ୟନ୍ତ କଷ୍ଟକର । ଅନ୍ୟ ପଟେ ବିଜେଡି ଭାଙ୍ଗି ଯାଉଥିବାରୁ ବିଜେଡି ନେତାମାନଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଯାଇଛି ଏବଂ ଏଥି ସହ ସେମାନେ ପ୍ରଳାପ ଆରମ୍ଭ କରିଦେଇଛନ୍ତି । ଅନ୍ୟ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଶାସକ ବିଜେଡି ନିଜକୁ ନିଜେ ଆତ୍ମସମୀକ୍ଷା କରୁ ଏବଂ ‘ବର୍ତମାନ ସୁଦ୍ଧା କାହିଁକି ଅର୍ଦ୍ଧାଧିକ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇ ନାହିଁ’ ସ୍ପଷ୍ଟ କରୁ । ବାସ୍ତବରେ ବିଜୁ ଜନତା ଦଳ ଓଡିଶାବାସୀଙ୍କ ପାଇଁ କାଳ ସାଜିଛି । ଓଡିଶାବାସୀଙ୍କ ସହ ପ୍ରତାରଣା କରିଥିବାରୁ ବହୁ ନେତା ବିଜେଡିର ହାତ ଛାଡିଦେଉଛନ୍ତି । ଆମଦାନୀ ନେତାଙ୍କୁ ଅପେକ୍ଷା କରି ପ୍ରାର୍ଥୀ ତାଲିକା ଘୋଷଣା କରୁନାହିଁ ବିଜେଡି । ତେଣୁ ସେମାନେ ବର୍ତମାନ ଅନ୍ୟ ଦଳ ଛାଡୁଥିବା ନେତାମାନଙ୍କୁ ବସଷ୍ଟାଣ୍ଡ ଏବଂ ରେଳଷ୍ଟେସନରେ ଅପେକ୍ଷାରତ ଅଛନ୍ତି । ମିଛ ଓ ଗୁଜବ ସୃଷ୍ଟିକାରୀ ବିଜେଡିକୁ ଉଚିତ୍ ଜବାବ୍ ଦେବା ପାଇଁ ଓଡିଶାବାସୀ ମନସ୍ଥିର କରିଛନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here