ବିଜେପିରେ ଯୋଗ ଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଧ୍ୟକ୍ଷା ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟା ସନ୍ଧ୍ୟାବତୀ ପ୍ରଧାନ। ବିଜୁ ମହିଳା ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲିଙ୍କନ ସୁବୁଦ୍ଧିଙ୍କ ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଲେ

0
60

ଭୁବନେଶ୍ୱର,୦୨/୦୪/୨୦୨୪: ଓଡ଼ିଶାର ବିକାଶ ପାଇଁ ବିଜେପି ଲଢ଼େଇ କରିବ । ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନର ସଦସ୍ୟ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନେ ବିଜେପିରେ ଯୋଗଦାନ କରୁଛନ୍ତି । ରାଜ୍ୟର ମାଁ ଓ ଭଉଣୀମାନେ ସଚେତନ ହୋଇଛନ୍ତି । ମହିଳା ସଶକ୍ତୀକରଣରେ ପ୍ରଧାନମନ୍ତ୍ରୀ ମୋଦଜୀଙ୍କ ପ୍ରତିବଦ୍ଧତା ପାଇଁ ରାଜ୍ୟର ମାଁ ଓ ଭଉଣୀମାନେ ବିଜେପିରେ ଯୋଗ ଦେଉଛନ୍ତି । ଯାହାକୁ ଦେଖି ମନେହେଉଛି ନାରୀଶକ୍ତି ଜାଗରଣ ଆରମ୍ଭ ହୋଇଛି । ଏଥର ଲୋକେ ନିର୍ବାଚନ ଲଢ଼ିବେ, ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ଗଠନ କରିବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ହାତ ମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରି ବିଜେପିର ସଦସ୍ୟ ହୁଅନ୍ତୁ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଧ୍ୟକ୍ଷା ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହ ପୂର୍ବତନ ଡେଲାଙ୍ଗ ବ୍ଲକ ଚେୟାରମ୍ୟାନ ସୁଷମା ସେଠୀ, ଭାଇସ ଚେୟାରମ୍ୟାନ ରମାମଣୀ ପ୍ରଧାନ, ପୂର୍ବତନ ସରପଂଚ କେଳୁଚରଣ ସେଠୀ, ଗୋପିନାଥ ବେହେରା, ପୂର୍ବତନ ୱାର୍ଡମେମ୍ବର ହରମୋହନ ପ୍ରଧାନ, ସନ୍ଧ୍ୟାରାଣୀ ମହାପାତ୍ର, ରିଜା କିଶୋର ଶିକ୍ଷା, ରାଜ କିଶୋର ସ୍ୱାଇଁ, ଅଶୋକ ବେହେରା, ଦଇତାରି ପରିଡା, ଲିଙ୍ଗରାଜ ରଥ, ଏମଡି ମୋଜାବୁଲ, ଦିଜାମ୍ବର ବେହେରା, ଅଜୟ ମାର୍ଥା, ଏମଡି ମୁସଲିମ, ସୂରିଆ ବେହେରା, ଏମଡି କଲିମ, କ୍ଷେତ୍ରମଣି ମଲ୍ଲିକ, କାଳୁଚରଣ ପାଇକରାୟ, ଅଶୋକ ପ୍ରଧାନ, ଗୌରୀସ୍ୱୟମ୍ ହରିଚନ୍ଦନ, ସୁରେନ୍ଦ୍ର ବଳିୟାରସିଂହ, ଭିମସେନ ପ୍ରଧାନ, ବଳରାମ ଖଟେଇ, ଏମଡି ଇରସଦ, ସୌମ୍ୟରଞ୍ଜନ ଶାହାଣି, ଗୋବିନ୍ଦ ମହନ୍ତ ଓ ପ୍ରେମାନନ୍ଦ ପ୍ରଧାନ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ସେହିପରି ବିଜୁ ମହିଳା ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲିଙ୍କନ ସୁବୁଦ୍ଧିଙ୍କ ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀମତୀ ସୁବୁଦ୍ଧି କହିଛନ୍ତି ଯେ, ମୋଦିଜୀଙ୍କ ଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲି । ମୋଦିଜୀ ସର୍ବଦା ନାରୀଙ୍କ ସମ୍ମାନ ପାଇଁ ଚିନ୍ତା କରିଛନ୍ତି । ନାରୀ ଶକ୍ତିବନ୍ଦନ ଅଧିନିୟମ ବିଲକୁ ପାରିତ କରାଇ ପ୍ରଧାନମନ୍ତ୍ରୀ ମୋଦିଜୀ ଇତିହାସ ସୃଷ୍ଟି କରିଛନ୍ତି । ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣ ଦେବା, ଉଜ୍ଜ୍ୱଳା ଗ୍ୟାସ, ପାଇଖାନା, ଲକ୍ଷପତି ଦିଦି ଠାରୁ ଆରମ୍ଭ କରି ସମ୍ମାନର ବଂଚିବା ପାଇଁ ମୋଦିଜୀ ବିଭିନ୍ନ ଯୋଜନା କରିଛନ୍ତି । ଅନ୍ୟ ପଟେ ବିଜୁ ଜନତା ଦଳ ମହିଳାଙ୍କୁ ସମ୍ମାନ ଦିଏ ଏବଂ ବିଜେଡିର ‘ମାଁକୁ ସମ୍ମାନ’ର ନାରା କେବଳ ଧୂଆଁବାଣ ସଦୃଶ ବୋଲି ଶ୍ରୀମତୀ ସୁବୁଧି କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ଡ.ସମ୍ବିତ ପାତ୍ର ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ସମ୍ପାଦକ ସରୋଜ କର, ଜିଲ୍ଲା ସଭାପତି ତଥା ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଙ୍କର୍ଷଣ ପରିଡା, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here