ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିବେଶ ସୃଷ୍ଟି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ।ଭୋଟ ବିକଳରେ ଧର୍ମୀୟ ଭାବନା ସହ ଖେଳୁଛି ବିଜେଡି: ବିଜେପି

0
17

ଭୁବନେଶ୍ୱର,୧୫/୦୪/୨୦୨୪: ବିଜୁ ଜନତା ଦଳ ଦୀର୍ଘଦିନ ଶାସନରେ ରହିବା ପରେ ମଧ୍ୟ ଭ୍ରଷ୍ଟାଚାର, ବ୍ୟଭିଚାର, ଲୋକଙ୍କ ବିଶ୍ୱାସ, ହୀନ ରାଜନୀତି କରିବାରେ ସୀମା ଉଲଘଂନ କରିଆସିଛି, ଯାହା ବିଜେପି ବାରମ୍ବାର ଅଭିଯୋଗ କରିଛି । କିନ୍ତୁ ଏଥର ବିଜେଡି ଧର୍ମୀୟ ଭାବନା ସହ ଖେଳ କରି ଲୋକଙ୍କୁ ମାନସିକ ଆଘାତ ଦେଉଛି । ହିନ୍ଦୁମାନେ ଦେବାଦେବୀଙ୍କୁ ନିଜ ପ୍ରାଣଠାରୁ ଅଧିକ ଗୁରୁତ୍ୱ ଦେଇଥାନ୍ତି କିନ୍ତୁ ବିଜେଡି ନିଜର ହୀନ ଚକ୍ରାନ୍ତକୁ ଚରିତାର୍ଥ କରିବା ପାଇଁ ଭୋଟରଙ୍କୁ ନେଇ ମନ୍ଦିରରେ ଶପଥ କରାଇ ଭୋଟ ଦେବାକୁ ପ୍ରବର୍ତାଉଛି । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଚେୟାରମ୍ୟାନ ସନତ ଦାସ ଗତକାଲି ଅଂଚଳବାସୀଙ୍କୁ ମନ୍ଦିର ଡାକି ଥିଲେ । ଭଗବାନଙ୍କ ସାମ୍ନାରେ ଶପଥ କରାଇ ବିଜେଡିକୁ ଭୋଟ ଦେବାକୁ କହିଥିଲେ ଯାହା ନିର୍ବାଚନ ଆଚରଣ ବିଧିର ଘୋର ଉଲଘଂନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଖୋଦ୍ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳା ଯାଉଥିବା ନେଇ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଦାବି କରିଛନ୍ତି ।
ପୂର୍ବରୁ ବିଜେଡି ନିର୍ବାଚନ ଜିତିବା ପାଇଁ ପ୍ରଶାସନ ଅଧିକାରୀ ଓ ସରକାରୀ କର୍ମଚାରୀଙ୍କୁ ଦଳୀୟ ପ୍ରଚାର କାର୍ଯ୍ୟରେ ଲଗାଉଥିଲା । ଏଥିର ନିର୍ବାଚନ ଦୁର୍ନୀତିରେ ଆଉ ପାଦେ ଆଗକୁ ଯାଇଛି ବିଜେଡି । ଏଥର ଚୁକ୍ତିଭିତିକ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କରାଇବାରେ ଲଗାଇଛି ଯାହା ନିର୍ବାଚନ ଆଚରଣ ବିଧିକୁ ଘୋର ଉଲଘଂନ କରୁଛି । କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟକର୍ତା ହିସାବରେ ପ୍ରଚାର କରି ଭୋଟ ହାତେଇବା ବିଜେଡିର ଚିରାଚରିତ ଅଭ୍ୟାସ । ଏଭଳି ଅଭ୍ୟାସରୁ ଶାସକ ବିଜେଡିର ନେତା, ମନ୍ତ୍ରୀମାନେ ଦୂରେଇ ରୁହନ୍ତୁ ବୋଲି ବିଜେପି ଦାବି କରିଛି ।
ସାଧାରଣ ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଲଢ଼ିବାକୁ ବିଜେପି ଚାହୁଁଛି । ଏଥିଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଦନ୍ତ କରି ବିଜେଡି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଦିଲୀପ ମଲ୍ଲିକ, ଉର୍ମିଳା ମହାପାତ୍ର, ଭୁବନେଶ୍ୱର ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ରାଜ୍ୟ ସମବାୟ ପ୍ରକୋଷ୍ଠ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here