ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନ ରାଜନୀତି ବିଜ୍ଞାନ ବିଭାଗରେ ଆମ୍ବେଦକର ଜୟନ୍ତୀ ପାଳିତ

0
11

ବ୍ରହ୍ମପୁର,୧୬/୦୪/୨୦୨୪: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନ ରାଜନୀତି ବିଜ୍ଞାନ ବିଭାଗ ଓ ଲୋକ ପ୍ରଶାସନ ବିଭାଗର ମିଳିତ ଆନୁକୂଲ୍ୟରେ ସମ୍ବିଧାନର ଜନକ ଭୀମ ରାଓ ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି l ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ରାଜେଶ ସେଠଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଆଲୋଚନା ସଭାରେ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ ଯୋଗଦେଇ ଆମ୍ବେଦକର ଓ ଗାନ୍ଧୀଙ୍କୁ ନେଇ ଏକ ତୁଳନାତ୍ମକ ବିଶ୍ଳେଷଣ କରିଥିଲେ ଏବଂ ଆମ୍ବେଦକରଙ୍କ ଦର୍ଶନ ଓ ଜୀଵନୀ ସମ୍ପର୍କରେ ମତ ରଖିଥିଲେ l ସେହିପରି ଅନ୍ୟତମ ବକ୍ତା ପ୍ରଫେସର ଅମୀୟ କୁମାର ପରିଛା ଯୋଗ ଦେଇ ଆମ୍ବେଦକରଙ୍କ ଭାରତ ପାଇଁ ଥିବା ଅବଦାନକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ l ପ୍ରଫେସର ଶାରଦା ପ୍ରସନ୍ନ ରାଉତ, ସଞ୍ଜୟ ମେହେର ଆମ୍ବେଦକରଙ୍କ ଜୀଵନ ସମ୍ପର୍କରେ ଆଲୋଚନା କରିବା ସହ ଅସମାନତା ଦୂର କରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ଦିଗରେ ଆମ୍ବେଦକରଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ l ଦେଶର ସମ୍ବିଧାନ ପ୍ରସ୍ତୁତ କରିବାରେ ଆମ୍ବେଦକରଙ୍କ ଭୂମିକା ଅବର୍ଣ୍ଣନୀୟ l ସେଥିପାଇଁ ତାଙ୍କୁ ସମ୍ବିଧାନର ଜନକ ଭାବରେ ଆଖ୍ୟା ଦିଆଯାଇଛି l ଭାରତୀୟ ସମାଜରୁ ଅସମାନତା ଦୂର କରିବାରେ ତାଙ୍କର ଭୂମିକା ତାଙ୍କୁ ଭାରତୀୟଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ଦେଇଛି l ତାଙ୍କ ଅବଦାନକୁ ବର୍ଣ୍ଣନା କଲେ ତାହା ଅବର୍ଣ୍ଣନୀୟ ବୋଲି ବକ୍ତାମାନେ କହିଥିଲେ l ଏହି ଅବସରରେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ବକ୍ତବ୍ୟ ରଖିଥିଲେ l ପରିଶେଷରେ ଲୋକ ପ୍ରଶାସନ ବିଭାଗର ମୁଖ୍ୟ ସଞ୍ଜୟ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here