ପୋଲସରା ୧୫/୦୪/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର ପାତାଳ ସିଙ୍ଗି ଗ୍ରାମର ସୀମାଞ୍ଚଳ ସାହୁ ତାମିଲନାଡୁରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୀମାଞ୍ଚଳ ଦିର୍ଘ ଦିନ ଧରି ତାମିଲନାଡୁୱାରେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିବାବେଳେ ଗତକାଲି ସନ୍ଧ୍ୟା ସମୟରେ କର୍ମକ୍ଷେତ୍ରରୁ ମୋଟର ସାଇକେଲରେ ରହିବା ଘରକୁ ଫେରୁଥିବା ବେଳେ ଏକ ବସ୍ ସହିତ ଧକ୍କା ହୋଇଥିଲା। ଏହି ସଡ଼କ ଦୁର୍ଘଟଣାରେ ସିମାଞ୍ଚଳର ମୁଣ୍ଡ ଓ ଗୋଡ଼ରେ ଗଭୀର ଆହତ ଲାଗି ଥିବା ବେଳେ ସେଠାକାର ଏକ ସରକାରୀ ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତ୍ରରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳ ଏଗାରଟା ସମୟରେ ଏହି ଖବର ଘର ଲୋକ ଜାଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।