ପ୍ରଚାର ଜୋରଦାର କରିଲେ ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ମେୟର ପିଣ୍ଟୁ ଦାସ

0
25

ବ୍ରହ୍ମପୁର,୨୧/୦୪/୨୦୨୪:ବ୍ରହ୍ମପୁର ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ପୂର୍ବତନ ମେୟର ଶ୍ରୀଯୁକ୍ତ ଶିବଶଙ୍କର ଦାସ(ପିଣ୍ଟୁ ଦାସ) ପ୍ରଚାର ଜୋରଦାର କରିଛନ୍ତି।ଶୁକ୍ରବାର ଦିନ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବା ପରେ ପ୍ରଚାର କାର୍ଯ୍ୟ କୁ ଜୋରଦାର କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ,ସେ ବିଜେପି ଟିକଟ ପାଇଁ ଆଶାୟୀ ଥିଲେ।ବିଜେପି ଟିକଟ ପାଇବାରୁ ବଞ୍ଚିତ ହେବା ପରେ ସେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଛନ୍ତି।ଆଜି ସକାଳୁ ଗାନ୍ଧୀନଗର ସ୍ଥିତ ଯୋଗ କେନ୍ଦ୍ର, ଫାଷ୍ଟଗେଟ୍, ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକ, ବିନାୟକ ଆଚାର୍ଯ୍ୟ କଲେଜ ସ୍ଥିତ ଖେଳ ପଡିଆ, ଗଜପତି ନଗର ପାଠାଗାର, କମାପଲ୍ଲୀ ମର୍ଦ୍ଦରାଜ ଭେଣ୍ଡି ଜୋନ ଆଦି ବୁଲି ଲୋକଙ୍କ ସହ ବିଭିନ୍ନ ଆଲୋଚନା କରିବା ସହ ନିଜ ସପକ୍ଷରେ ପ୍ରଚାର କରିଥିଲେ । ସେ ମେୟର ଥିବା ବେଳେ ବ୍ରହ୍ମପୁର ରେ ହୋଇଥିବା ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ କୁ ଆଧାର କରି ଆଗାମୀ ଦିନରେ ବ୍ରହ୍ମପୁର ର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ସେ ଏହି ଅବସରରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here