ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳନ

0
14

ବୁଗୁଡ଼ା, ୨୮/୦୪/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦରର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏପ୍ରିଲ ୨୮ ତାରିଖ ଦିନ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ବାଲିପଦରର ଆଞ୍ଚଳିକ ନାଗରିକ ମଞ୍ଚର ସଭାପତି ଇଞ୍ଜିନିୟର ବିପ୍ର ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପ୍ରକାଶ ଚନ୍ଦ୍ର ରଥ, ମଙ୍ଗୁଳି ପାତ୍ର, ବିଶ୍ବନାଥ ରଣା, ନରସିଂହ ପାତ୍ର, ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର, ଧ୍ରୁବ ପାଣିଗ୍ରାହୀ, ସନ୍ୟାସୀ ମହାରଣା, ପି. କ୍ରିଷ୍ଣାରାଓ ଦୋରା, ପ୍ରଦୀପ୍ତ ସାମନ୍ତରା, ସନ୍ତୋଷ କୁମାର ରାଉତ, ଶଶିଭୂଷଣ ସେନାପତି, ବିଷ୍ଣୁ ସ୍ବାଇଁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ପଥିକମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ଗଙ୍ଗାଧର ପାତ୍ର ଓ ସାଥି ମାନେ ପଣା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here