ଶ୍ରମିକ ଦିବସ ନେଇ ସଚେତନତା ସହ ଫଳ ବଣ୍ଟନ

0
17

ବ୍ରହ୍ମପୁର,୩୦/୦୪/୨୦୨୪: ମେ ୧ ତାରିଖ ଶ୍ରମିକ ଦିବସ ଉପଲକ୍ଷେ ମିନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ସହ ବହୁ ଶ୍ରମିକ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସେହି ପରୀ ଶ୍ରମିକ ମାନଙ୍କୁ ପ୍ରଚଣ୍ଡ ଖରାରେ କାମ ନକରିବା ଲାଗି ଛାତ୍ର ଛାତ୍ରୀ ମାନେ ସଚେତନ କରିଥିଲେ । ଅଂଶୁଘାତ ନେଇ ମଧ୍ୟ ପରାମର୍ଶ ଦିଆଯାଇଥିଲା। ପାଣି ପିଇବା, ମୁଣ୍ଡରେ ଗାମୁଛା ଭିଡ଼ିବା, ମୁହଁ କୁ ପାଣି ରେ ଧୋଇବା ନେଇ ମଧ୍ୟ କୁହାଯାଇଥିଲା। ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଶ୍ରମିକ ଙ୍କୁ ବୁଝେଇଥିଲେ । ଅନ୍ଧ ପସରା ରୋଡ ଓ ଆଖ ପାଖ ଅଞ୍ଚଳରେ ଏପରୀ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ଉତ୍ସାହ ସହ ସାମିଲ୍ ହୋଇଥିଲେ l ଏଥିରେ ଗାଇଡ ଶିକ୍ଷୟତ୍ରୀ ରଶ୍ମିତା ଦଳାଇ , ଶାରୀରିକ ଶିକ୍ଷୟତ୍ରୀ ଦୀପ୍ତି ରାଣୀ ସାହୁ, ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ସହଯୋଗ କରିଥିଲେ l ଏପରି କାର୍ଯ୍ୟ ପାଇଁ ସ୍କୁଲର ଚେୟାରମେନ ଗୌରୀ ଶଙ୍କର ପଣ୍ଡା,ଅଧ୍ୟକ୍ଷ କାଁହୁ ଚରଣ ପଣ୍ଡା,ଉପା ଉପାଧ୍ୟକ୍ଷ! ପ୍ରଣତି ଦାସ, ନିର୍ଦେଶକ କୁନାଲ କୌଶିକ ପଣ୍ଡା, ସମସ୍ତ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ l ଶ୍ରମିକ ମାନଙ୍କ ଅଧିକାର ଆଉ ଅଂଶୁଘାତ ଜନିତ ମୁକାବିଲା ନେଇ ଅନୁରୂପ କୁହାଯାଇଥିଲା।

LEAVE A REPLY

Please enter your comment!
Please enter your name here