ପ୍ରଚାର ଆରମ୍ଭ କଲେ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ

0
15

ପୋଲସରା/ବୁଗୁଡା , ୨/୫/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ମଇ ୧ ତାରିଖ ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ପୋଲସରା ନିର୍ବାଚନ ମଣ୍ଡଳୀ ରୁ ଦୁଇ ଥର ବିଧାୟକ ହୋଇଥିବା ଶ୍ରୀକାନ୍ତ ସାହୁଙ୍କୁ ବିଶ୍ବାସକୁ ନେଇ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ ପ୍ରଥମ ତାଲିକାରେ ତୃତୀୟ ଥର ପାଇଁ ଶ୍ରୀ ସାହୁଙ୍କ ନାମ ଘୋଷଣା କରିଥିଲେ। ଏକ ବିରାଟ ପଟୁଆରରେ ଯାଇ ଏପ୍ରିଲ ୩୦ ତାରିଖ ଦିନ ଶ୍ରୀ ସାହୁ ଛତ୍ରପୁରରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ମଇ ୧ ତାରିଖ ଦିନ ପୋଲସରା ବ୍ଲକ୍ ଅନ୍ତର୍ଗତ ମା’ ସିଂହାସନୀ ପୀଠ ଠାରୁ ମା ‘ ଙ୍କ ଦର୍ଶନ ଲାଭ କରିବା ସହ ବିଜୁ ଜନତା ଦଳର ବିଧାନସଭା ପାର୍ଥି ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ କଷିପଡ଼ା, ପତାଳସିଙ୍ଗି, ପାଣ୍ଡିରିପଡ଼ା, ଗୋଛାବାଡ଼ି, ସାନ ଇଛାପୁର, ବଡ଼ ଇଛାପୁର, ଜୋକବନ୍ଧ, ଲୁଣିଆପଡ଼ା, ରାଆଣ୍ଡି, ଜଗାପଲ୍ଲୀ, ସାବିତ୍ରୀବଗଡ଼ ଓ ଭାବରଡ଼ା ଗ୍ରାମକୁ ପ୍ରଚାରରେ ଯାଇ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀନୀ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ। ମଇ ୨ ତାରିଖ ଦିନ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମା’ ଶାଙ୍କୁଳାଈ ପୀଠ ଠାରୁ ମା ‘ ଙ୍କ ଦର୍ଶନ ଲାଭ କରିବା ସହ ବିଜୁ ଜନତା ଦଳର ବିଧାନସଭା ପାର୍ଥି ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ବୁଗୁଡ଼ା ବ୍ଲକ୍ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ମାଣିବନ୍ଧ, ବକ୍ସିପଲ୍ଲୀ,ମାଣିକ୍ୟପୁର,ଏକଡାଳ, ଖରିଡା, ଝୋଲରୀ, ଅନ୍ତରପଡ଼ା, କନ୍ଧ ଚନ୍ଦନପେଢ଼ି ଗ୍ରାମକୁ ଯାଇ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀନୀ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ସମ୍ପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ନଗର ସଭାପତି ରଞ୍ଜିତ କୁମାର ସାହୁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ,ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ପ୍ରମୁଖଙ୍କ ସମେତ ଦଳୀୟ ପଞ୍ଚାୟତ ଲୋକପ୍ରତିନିଧି, ଦଳୀୟ କର୍ମକର୍ତ୍ତା ଓ ବିଜେଡି ସମର୍ଥକ ବୃନ୍ଦ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here