ଗଞ୍ଜାମ ଜିଲ୍ଲାରେ ୧୩ ତାରିଖ ମତଦାନର ୭୦୩ କେନ୍ଦ୍ରର ଓ୍ବେବ୍ କାଷ୍ଟ ହେବ

0
22

ଛତ୍ରପୁର, ୦୯/୦୫/୨୦୨୪: ଗଞ୍ଜାମ ଜିଲ୍ଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ୨୦-ବ୍ରହ୍ମପୁର ଲୋକସଭା ଏବଂ ୧୨୭-ଛତ୍ରପୁର, ୧୩୨-ଗୋପାଳପୁର, ୧୩୩-ବ୍ରହ୍ମପୁର, ୧୩୪-ଦିଗପହଣ୍ଡି ଓ ୧୩୫- ଚିକିଟି ବିଧାନ ସଭା ଗୁଡିକର ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ସକାଶେ ସମୁଦାୟ ୩୦୪୬ ଗୋଟି ବୁଥ୍ ପ୍ରସ୍ତୁତ ହୋଇ ସାରିଛି । ସମସ୍ତ ନିର୍ବାଚନ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ସମସ୍ତ ଦିଗ ପ୍ରତି ପ୍ରଶାସନ ନଜର ରଖିଛି । ଅପ୍ରିତିକର ପରିସ୍ଥିତି କିମ୍ବା ସନ୍ଦେହଜନକ ପରିସ୍ଥିତିକୁ ରୋକିବା ସକାଶେ ଜିଲ୍ଲା ସ୍ତରରେ ଓ୍ବେବକାଷ୍ଟ ଦ୍ବାରା ନଜର ରଖାଯିବ । ଏଥି ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଛତ୍ରପୁର ଠାରେ ଓ୍ବେବକାଷ୍ଟ ହେବ । ୧୩ ତାରିଖ ନିର୍ବାଚନର ୭୦୩ ଗୋଟି ବୁଥ୍ ର ଓ୍ବେବକାଷ୍ଟ ହେବ । ଏହି ଓ୍ବେବକାଷ୍ଟ ଦ୍ବାରା ୭୦୩ ଗୋଟି ବୁଥ୍ ରେ କିଭଳି ମତଦାନ ସଂଗ୍ରହ ହେଉଛି ସେହି ପ୍ରକ୍ରିୟା ନିର୍ବାଚନ ଅଧିକାରୀ, ପର୍ଯ୍ୟବେକ୍ଷକଗଣ ସିଧାସଳଖ ଦେଖିପାରିବେ । ଏହି ବ୍ୟବସ୍ଥା ଦ୍ବାରା ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହେବା ଆଶା ରଖାଯାଉଛି ।

LEAVE A REPLY

Please enter your comment!
Please enter your name here