ପୂର୍ବତନ ମେୟର ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ପିଣ୍ଟୁ ଦାସ ଙ୍କୁ ମିଳୁଛି ପ୍ରବଳ ସମର୍ଥନ

0
16

ବ୍ରହ୍ମପୁର,୦୯/୦୪/୨୦୨୪: ଚଳିତ ମାସ ୧୩ ତାରିଖରେ ହେବ ସାଧାରଣ ନିର୍ବାଚନ । ତେଣୁ ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିବଶଙ୍କର ଦାସ ନିଜର ପ୍ରଚାର କୁ ଜୋର ସୋର୍ କରିବାରେ ଲାଗିଛନ୍ତି । ନିଜ ଶତାଧିକ ସମର୍ଥକଙ୍କ ସହ ପିଣ୍ଟୁ ଓ ଧର୍ମପତ୍ନୀ ଆଶା କୁମାରୀ ଦାସ ପ୍ରଚାରରେ ଲାଗି ପଡିଛନ୍ତି । ଗୁରୁବାର ଦିନ ସହରର ଗାନ୍ଧୀ ନଗର, ଆଗା ସାଜି, ବାଲାଜୀ ପେଣ୍ଠ ସାହି, ଗୌଡ଼ ସାହି, ଗଣେଶ ନଗର ଆଦି ବୁଲି ପ୍ରଚାର କରିଛନ୍ତି । ପ୍ରଚାର ସମୟରେ ବିଭିନ୍ନ ସ୍ଥାନରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ଏହାସହ ସେ ବିଧାୟକ ହେଲେ ସମସ୍ତ ମୌଳିକ ସୁବିଧା ନିଶ୍ଚିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ସନ୍ଧ୍ୟା ସମୟରେ ଶିବଶଙ୍କର ଓ ତାଙ୍କ ଧର୍ମପତ୍ନୀ ଆଶା କୁମାରୀ ଦାସ ପୃଥକ ପୃଥକ ଭାବେ ମାଠିଆ ଚିହ୍ନ ର ପ୍ରଚାର କରିଛନ୍ତି । ସହରର ରାସ୍ତା, ପାନୀୟ ଜଳ ଦୂରୀକରଣ, ଗ୍ରାମ କଣ୍ଟକ,ବାସ ହୀନ ଙ୍କୁ ଗୃହ, ଜମି ପଟ୍ଟା ଆଦି ପ୍ରାଥମିକତା ଦିଆଯିବ ବୋଲି ପ୍ରଚାର କରି ଲୋକଙ୍କ ନିକଟତର ହେଉଛନ୍ତି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ । ତେବେ ପ୍ରଚାର ବେଳେ ଲୋକଙ୍କ ପ୍ରବଳ ସମର୍ଥନ ରହିଥିବା ସହ ଏଥର ନିଶ୍ଚିତ ବିଜୟ ହେବେ ବୋଲି ସହରର ସମସ୍ତ ଖଟିରେ ଚର୍ଚ୍ଚା ଜୋର୍ ଧରିଛି ।

LEAVE A REPLY

Please enter your comment!
Please enter your name here