ଛତ୍ରପୁର, ୧୦/୦୫/୨୦୨୪: ଗଞ୍ଜାମ ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଉ ଦୁଇଦିନ ପରେ ଅର୍ଥାତ୍ ୧୩ ତାରିଖ ଦିନ ଅନୁଷ୍ଠିତ ହେବ । ଏଥି ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ପ୍ରଥମ ପର୍ଯ୍ୟାୟର ୭୪୬୯ ପୋଲିଂ ଅଧିକାରୀ ମାନଙ୍କର ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ହୋଇଥିବା ପୋଲିଂ ଅଧିକାରୀଗଣ ଆଉ ଗୋଟିଏ ଦିନ ପରେ ଡିସପୋଜାଲ ସେଣ୍ଟର ଠାରୁ ସମସ୍ତ ନିର୍ବାଚନ ସାମଗ୍ରୀ ଗ୍ରହଣ କରି ନିଜ ନିଜ ବୁଥ୍କୁ ଗସ୍ତ କରିବେ । ୧୩୪-ଦିଗପହଣ୍ଡି ଏବଂ ୧୩୫-ଚିକିଟି ନିର୍ବାଚନ ମଣ୍ଡଳୀ ନିମନ୍ତେ ନିୟୋଜିତ ଥିବା ପୋଲିଂ ଅଧିକାରୀଗଣ ୧୧ ତାରିଖ ଦିନ ସକାଳ ୭ ଘଣ୍ଟା ସମୟରେ ନିର୍ଦ୍ଧାରୀତ ଡିସପୋଜାଲ ସେଣ୍ଟର ଗୁଡିକ ନିମନ୍ତେ ଉଦ୍ଦିଷ୍ଟ ନିର୍ବାଚନ ସାମଗ୍ରୀ ସଂଗ୍ରହ କରି ନିଜ ନିଜ ବୁଥ୍ କୁ ଗସ୍ତ କରିବେ । ତେବେ ୧୨୭-ଛତ୍ରପୁର, ୧୩୨-ଗୋପାଳପୁର ଏବଂ ୧୩୩-ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ପୋଲିଂ ଅଧିକାରୀଗଣ ୧୨ ତାରିଖ ଦିନ ସକାଳ ୫ଘଣ୍ଟିକା ସମୟରେ ନିଜ ନିଜ ଡିସପୋଜାଲ ସେଣ୍ଟର ଗୁଡିକରେ ଉପସ୍ଥିତ ରହି ନିର୍ବାଚନ ସଂକ୍ରାନ୍ତୀୟ ସାମଗ୍ରୀ ଗୁଡିକୁ ସଂଗ୍ରହ କରି ନିଜ ନିଜ ବୁଥ୍ କୁ ଗସ୍ତ କରିବା ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ନିଜ ନିଜ ଡିସପୋଜାଲ ସେଣ୍ଟର ଗୁଡିକରେ ଠିକ ସମୟରେ ଉପସ୍ଥିତ ରହି ନିର୍ବାଚନ କାର୍ଯ୍ୟ ସମ୍ପାଦନ କରିବାକୁ କୁହାଯାଇଛି । ଏଥିରେ ଖିଲାପ କରାଗଲେ ସଂପୃକ୍ତ ପୋଲିଂ ଅଧିକାରୀଗଣଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ବିଭାଗୀୟ ପୋସେଡିଂ କରାଯିବ । ଏଣୁ ସଠିକ ସମୟରେ ଏହି ଜାତୀୟ ଦାୟିତ୍ବ ନିର୍ବାହ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଅଛି ।
Home ବ୍ରହ୍ମପୁର ସ୍ପେଶାଳ ଦିଗପହଣ୍ଡିଏବଂ ଚିକିଟି ନିର୍ବାଚନ ପୋଲିଂ ଅଧିକାରୀ ୧୧ ତାରିଖରୁ ଏବଂ ଛତ୍ରପୁର, ଗୋପାଳପୁର ଓ ବ୍ରହ୍ମପୁର...