ସୁକୁଣ୍ଡା ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ମହୋତ୍ସବ ଆରମ୍ଭ

0
16

ବ୍ରହ୍ମପୁର,୧୦/୦୫/୨୦୨୪ : ସୁକୁଣ୍ଡା ସ୍ଥିତ ଚନ୍ଦନିଆ ପାହାଡ଼ରେ ବିରାଜିତ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମହାପ୍ରଭୁଙ୍କ ୨୯୫ ତମ ପବିତ୍ର ଚନ୍ଦନ ମହୋତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ତିନିଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥ‌ିବା ଏହି ମହୋତ୍ସବ ମହାଆଡ଼ମ୍ବର ପାଳନ କରାଯାଉଥିବା ବେଳେ ରବିବାର ଶେଷ ହେବ । ଶୁକ୍ରବାର ଦିନ ମହୋତ୍ସବର ପ୍ରଥମ ଦିବସ ଥିବା ବେଳେ ପ୍ରାତଃ ସମୟରେ ଚନ୍ଦନ ଛଡ଼ା କାର୍ଯ୍ୟକ୍ରମ ଓ ଅଭିଶେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚନ୍ଦନ ଛଡ଼ା ପରେ ମହାପ୍ରଭୁଙ୍କ ନିଜ ରୂପ ଭକ୍ତ ମାନେ ଦର୍ଶନ କରିଥିଲେ । ବିଗତ ଦିନରେ ମହାପ୍ରଭୁଙ୍କ ନିମନ୍ତେ ଘୋରା ଯାଇଥିବା ଚନ୍ଦନ ମହାପ୍ରଭୁଙ୍କୁ ପ୍ରଲେପିତ କରାଯିବା ପରେ ସ୍ବର୍ଣଅଳଙ୍କାର ରେ ସଜ୍ଜିତ କରାଯାଇଥିଲା । ସକାଳ ସମୟରେ ମହାପ୍ରଭୁଙ୍କ ନବରୂପ ଭକ୍ତ ମାନେ ଦର୍ଶନ କରିଥିଲେ । ଏହାପରେ ମହାପ୍ରଭୁଙ୍କ ବାଳ ଭୋଗ ହେବା ପରେ ବିଶେଷ ଅକ୍ଷୟ ହାରତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଆଜ୍ଞାଦ୍ଵୀପ ନିଆଯାଇ ଚବିଶି ପ୍ରହର ନାମଯଜ୍ଞ
ଆରମ୍ଭ କରାଯିବା ପରେ ହୋମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମ‍ଧ୍ୟାହ୍ନରେ ମହାପ୍ରଭୁଙ୍କ ରାଜଭୋଗ ଏବଂ ହାରତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମନ୍ଦିର ତରଫରୁ ଆୟୋଜିତ ପ୍ରସାଦ ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ ସେବନ କରିଥିଲେ । ସନ୍ଧ୍ୟାରେ ଅନ୍ନାମୟା କୀର୍ତନ କାର୍ଯ୍ୟକ୍ରମ ହୋଇଥିବା ବେଳେ ରାତ୍ରରେ କୋଳା ସେବା ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here