ଭୁବନେଶ୍ୱର/ସୋରଡା,୧୫/୦୫/୨୦୨୪: କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ବୁଧବାର ଦିନ ଓଡିଶାର ସୋରଡାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଶ୍ରୀ ଶାହ ବିଜେଡି ସରକାର ଦ୍ୱାରା କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଲାଗୁ ନ କରିବାକୁ ନେଇ ଆକ୍ରମଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସ୍କା ଲୋକସଭା ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀ, ସୋରଡା ବିଧାନସଭା ପ୍ରାର୍ଥୀ ନୀଳମଣି ଓ ସାନଖେମୁଂଡି ବିଧାନସଭା ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ ସମେତ ପାର୍ଟିର ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।
କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍କଳ ପ୍ରଦେଶର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡିଶାକୁ ସମ୍ମାନିତ କରିବାର କାର୍ଯ୍ୟ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ସାରା ବିଶ୍ୱରୁ ଆସିଥିବା ନେତା ମାନଙ୍କ ପାଇଁ ସଜା ଯାଇଥିବା ସ୍ୱାଗତ ସ୍ଥାନରେ ଓଡିଶାର କୋଣାର୍କ ସୂର୍ଯ୍ୟ ମନ୍ଦିରର ଫଟୋ ଲଗାଇ ଉତ୍କଳ ପ୍ରଦେଶକୁ ସାରା ବିଶ୍ୱରେ ପ୍ରସିଦ୍ଧ କରିବାର କାର୍ଯ୍ୟ ଶ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି । ମାନନୀୟ ପ୍ରଧାନମନ୍ତ୍ରୀ ପାଇକ ସଂଗ୍ରାମ ପାଇଁ ମୁଦ୍ରା ଓ ଡାକଟିକେଟ ଜାରୀ କରିଛନ୍ତି । ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ବିକାଶର ଟ୍ରାକ ରେକର୍ଡ ରହିଛି ଓ ୨୫ବର୍ଷର ରୋଡ ମ୍ୟାପ ରହିଛି ।ଶ୍ରୀ ଶାହ କହିଛନ୍ତି ଯେ କଂଗ୍ରେସ ଦଳ ୭୦ ବର୍ଷ ଧରି ରାମ ମନ୍ଦିର ପ୍ରସଙ୍ଗକୁ ଅଟକାଇ ରଖଥିଲା । ଆଦରଣୀୟ ପ୍ରଧାନମନ୍ତ୍ରୀ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ଠାରେ ରାମଲଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଇ ସେଠାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି । ଯେତେବେଳେ ସାରା ଦେଶ ରାମ ମନ୍ଦିର ନିର୍ମାଣର ଉତ୍ସବ ପାଳନ କରୁଥିଲା ସେତେବେଳେ ବିଜେଡି ସରକାର ଓଡିଶାର ଜନସାଧାରଣଙ୍କୁ ରାମ ଜନ୍ମଭୂମି ମହୋତ୍ସବରେ ସାମିଲ ହେବାକୁ ଦେଉ ନଥିଲା । ଯିଏ ପ୍ରଭୁ ରାମଙ୍କ ଉତ୍ସବକୁ ରୋକିଥାଏ ତାକୁ ଓଡିଶାର ଜନସାଧାରଣ କେବେ ହେଲେ କ୍ଷମା କରିବେ ନାହିଁ । ସମ୍ପୂର୍ଣ ଦେଶ ନକ୍ସଲବାଦ କାରଣରୁ ତ୍ରସ୍ତ ଥିବା ବେଳେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନକ୍ସଲବାଦ ଓ ଆତଙ୍କବାଦକୁ ସମାପ୍ତ କରି ଦେଶକୁ ସୁରକ୍ଷିତ କରିଛନ୍ତି । ଓଡିଶା, ଝାଡଖଣ୍ଡ. ବିହାର, ତେଲେଙ୍ଗାନା ଓ ମଧ୍ୟ ପ୍ରଦେଶ ନକ୍ସଲବାଦରୁ ପୀଡିତ ଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଦଶ ବର୍ଷ ମଧ୍ୟରେ ଏହି ରାଜ୍ୟ ମାନଙ୍କରୁ ନକ୍ସଲବାଦକୁ ସମାପ୍ତ କଲେ । ଦଶ ବର୍ଷ ଯାଏ ସୋନିଆ ଗାନ୍ଧୀ ଓ ମନମୋହନ ସିଂହଙ୍କ ସରକାର ଥିଲା ସେତେବେଳେ ତ ପାକିସ୍ତାନର ଆତଙ୍କବାଦୀ ମାନେ ଭାରତରେ ପ୍ରବେଶ କରି ଯାଉଥିଲେ ଓ ଆକ୍ରମଣ କରୁଥିଲେ । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ ଆସିଥିଲେ । ଉରି ଓ ପୁଲୱାମା ଠାରେ ପାକିସ୍ତାନ ପୁଣି ଥରେ ଆକ୍ରମଣ କରିଥିଲା । ହେଲେ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଶ ଦିନ ଭିତରେ ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ କରି ପାକିସ୍ତାନରେ ଘର ଭିତରେ ପ୍ରବେଶ କରି ଆତଙ୍କବାଦକୁ ସମାପ୍ତ କରିବାର କାମ କରିଛନ୍ତି ।ଶ୍ରୀ ଶାହ କହିଛନ୍ତି ଯେ, ଓଡ଼ିଶାର ଗରିବ ଅଂଚଳରେ ଆଦରଣୀୟ ପ୍ରଧାନମନ୍ତ୍ରୀ ପ୍ରତି ମାସ ପ୍ରତି ବ୍ୟକ୍ତିଙ୍କୁ ୫ କିଲୋ ରାସନ ପଠାଉଛନ୍ତି କିନ୍ତୁ ନବୀନ ବାବୁ ସେହି ଚାଉଳକୁ ନିଜ ଫଟୋ ଲଗା ବ୍ୟାଗରେ ଦେଉଛନ୍ତି ଏବଂ କହୁଛନ୍ତି ଯେ, ଏହି ଚାଉଳ ସିଏ ଦେଉଛନ୍ତି । ନବୀନ ବାବୁ ବ୍ୟାଗରେ କାହାର ପେଟ ପୂରେ ନାହିଁ, ଦେବାକୁ ଅଛି ତ ଆଉ ଅଢେଇ କିଲୋ ଚାଉଳ ଦିଅନ୍ତୁ । କେନ୍ଦ୍ରର ବିଜେପି ସରକାର ଚାଉଳ ବାଲା ସରକାର ଅଟେ, କିନ୍ତୁ ନବୀନ ବାବୁଙ୍କ ସରକାର ବ୍ୟାଗ ବାଲା ସରକାର ଅଟେ । ଓଡ଼ିଶାର ଲୋକେ ନବୀନ ବାବୁଙ୍କୁ ସରକାରରୁ ହଟାଇବାକୁ ମନରେ ସ୍ଥିର କରିଛନ୍ତି, ଓଡ଼ିଶାରେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ । ବିଜେପି ସରକାର ୧୨ କୋଟି ଗରିବଙ୍କ ଘରେ ଶୌଚାଳୟ ନିର୍ମାଣ କରି ମାଆ-ଭଉଣୀଙ୍କୁ ସମ୍ମାନ ଦେଇଛି, ୪କୋଟି ଗରିବଙ୍କୁ ଘର ଦେଇଛି, ୧୦ କୋଟି ଗରିବଙ୍କୁ ଉଜ୍ଜ୍ୱଳାର ସଂଯୋଗ ଦେଇଛି, ୧୪କୋଟି ଗରିବଙ୍କୁ ନଳ ଯୋଗେ ଜଳ ଦେଇଛି ଏବଂ ୫୦ କୋଟି ଗରିବଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୫ କୋଟି ନିଶୁଳ୍କ ସ୍ୱାସ୍ଥ୍ୟସେବା ଦେଇଛି । ଓଡ଼ିଶାର ଲୋକଙ୍କୁ ଆୟୁଷ୍ମାନ ଯୋଜନାର ଲାଭ ମିଳୁନି କାରଣ ନବୀନ ବାବୁଙ୍କୁ ଲାଗୁଛି ଯେ, ଆୟୁଷ୍ମାନ ଭାରତରେ ତାଙ୍କ ଲୋକପ୍ରିୟତା ଶେଷ ହୋଇଯିବ । ଜୁନ ୧ରେ ନବୀନ ବାବୁ ଯାଉଛନ୍ତି ଏବଂ ପଦ୍ମ ଫୁଟିବାକୁ ଯାଉଛି । ବିଜେପି ସରକାର ଗଠନ ହେଲେ ଓଡ଼ିଶାର ଗରିବ ଓ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କୁ ୫ଲକ୍ଷ ଯାଏ ନିଶୁଳ୍କ ସ୍ୱାସ୍ଥ୍ୟସେବା ମିଳିବ । ୨୫ ବର୍ଷରେ ନବୀନ ବାବୁ ଓଡ଼ିଶାକୁ ୫୦ବର୍ଷ ପଛକୁ ଠେଲିଦେଇଛନ୍ତି । ଆଜି ଗୁଜରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଗୋଟିଏ ଏଭଳି ଗାଁ ନାହିଁ, ଯେଉଁଠି ରାସ୍ତା ନାହିଁ, କିନ୍ତୁ ଓଡ଼ିଶାରେ ଆଜି ବି ୬୪୧୩ ଗାଁ ଅଛି, ଯେଉଁଠିକି ରାସ୍ତା ନାହିଁ । ଓଡ଼ିଶାର ଲୋକେ ରାଜ୍ୟରେ ବିଜେପି ସରକାର ଗଠନ କଲେ, ଦୁଇ ବର୍ଷରେ ପ୍ରତି ଗାଁରେ ରାସ୍ତ ନିର୍ମାଣ କାର୍ଯ୍ୟ ଶ୍ରୀ ନରେନ୍ଦ୍ର ମୋଦି କରିବେ । ଓଡ଼ିଶାର ଚାଷୀଙ୍କ ଆୟ ପୂରା ଦେଶରେ ସବୁଠୁ କମ୍ ଅଟେ, କାରଣ ତାଙ୍କ ଚାଉଳ କମ ଦାମରେ ବିକ୍ରି ହେଉଛି । ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡରେ ବିଜେପି ସରକାର ଗଠନ ହେବା ପରେ ସରକାର କ୍ୱିଣ୍ଟାଲ ଚାଉଳ ୩୧୦୦ ଟଙ୍କାରେ କିଣୁଛନ୍ତି । ବିଜେପି ସରକାର ଗଠନ ହେବା ପରେ ଓଡ଼ିଶାର ଚାଷୀଙ୍କୁ ବି ଏହାର ଲାଭ ପ୍ରଦାନ କରାଯିବ ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ନବୀନ ବାବୁଙ୍କ ସରକାର ପର୍ଯ୍ୟଟନ ସ୍ଥଳ ନିର୍ମାଣ ନାଁରେ ମଠ ମନ୍ଦିର ଭାଙ୍ଗୁଛନ୍ତି । ମହାପ୍ରଭୁଙ୍କ ଚାରି ଦ୍ୱାର ଖୋଲାଯାଉନାହିଁ, ଭକ୍ତଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଯେଉଁଦିନ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ସେହିଦିନ ମହାପ୍ରଭୁଙ୍କ ମନ୍ଦିରର ଚାରି ଦ୍ୱାର ଖୋଲି ଦିଆଯିବ । ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତିକୁ ଅପମାନିତ କରାଯାଉଛି ଏବଂ ରତ୍ନଭଣ୍ଡାରର ଚାବିକୁ ନେଇ ବିବାଦ ହେଉଛି । ନବୀନ ବାବୁ ସାମାନ୍ୟ ନୈତିକତା ଥିଲେ କୁହନ୍ତୁ ରତ୍ନଭଣ୍ଡାରର ଅସଲି ଚାବି କେଉଁଠାରେ ଅଛି ଏବଂ ନକଲି ଚାବି କିଏ ତିଆରି କରିଛି ?ନକଲି ଚାବିରେ ରତ୍ନଭଣ୍ଡାର ଖୋଲାଯାଇଛି କି ନାହିଁ ? ଏହାର ତଦନ୍ତ ରିପୋର୍ଟ କେବେ ସାର୍ବଜନୀନ କରାଯିବ ? ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଦେଶ ହିଁ ନୁହେଁ, ପୂରା ବିଶ୍ୱର ମହାପ୍ରଭୁଙ୍କ ଭକ୍ତଙ୍କ ଶ୍ରଦ୍ଧାର କେନ୍ଦ୍ର ଅଟେ । ବିଜେପି ସରକାର ଆସିବାର 6ଦିନ ଭିତରେ ରତ୍ନଭଣ୍ଡାରର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯିବ । ନବୀନ ବାବୁ ସରକାର ଚଳାଉନାହାନ୍ତି ବରଂ ଏଠାରେ ବାବୁଙ୍କ ହାତରେ କ୍ଷମତା ରହିଛି । ନବୀନ ବାବୁଙ୍କ ସରକାରରେ ମହାନ ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ ଉପରେ ଅମଲାତନ୍ତ୍ର ପ୍ରଶ୍ନ ଚିହ୍ନ ସୃଷ୍ଟି କରିବାର କାମ କରିଛନ୍ତି । ଓଡ଼ିଶାର ଲୋକେ ବିଜେପି ସରକାର ଗଠନ କଲେ ଏଭଳି ବ୍ୟବସ୍ଥା କରାଯିବ ଯେ, ଓଡ଼ିଆ ଭାଷା ଆଗାମୀ ହଜାରେ ବର୍ଷ ଯାଏ ଜୀବିତ ରହିବ ।
ଶ୍ରୀ ଶାହ କହିଛନ୍ତି ଯେ, ମୋଦି ‘ୱାନ ନେସନ ୱାନ ରାସନ କାର୍ଡ’ ଆଣିଛନ୍ତି, ଏହାର ଲାଭ ଏହା ଯେ, ରାଜ୍ୟରୁ ସ୍ଥାନାନ୍ତର ହୋଇ କାମ କରିବାକୁ ଯାଉଥିବା ଗରିବ ଯୁବକଙ୍କୁ କେଉଁଠାରୁ ବି ନିଶୁଳ୍କ ରାସନ ନେଇପାରିବେ କିନ୍ତୁ ନବୀନ ବାବୁ ଏହାକୁ ଲାଗୁ କରୁନାହାନ୍ତି । ଜୁନ ୧ ରେ ରେଜଲ୍ଟ ଆସିବା ମାତ୍ରେ ହିଁ ବିଜେପି ସରକାର ଓଡ଼ିଶାରେ ‘ୱାନ ନେସନ ୱାନ ରାସନ କାର୍ଡ’ ଲାଗୁ କରିବ । ଓଡ଼ିଶାରେ ରାସ୍ତା ନାହିଁ, ଗାଁରେ ବିଜୁଳି ସମସ୍ୟା ରହିଛି, ବେରୋଜଗାରି କାରଣରୁ ସ୍ଥାନାନ୍ତର ହେଉଛି । ଓଡ଼ିଶାର ଲୋକେ ୫ ବର୍ଷ ବିଜେପିକୁ ସୁଯୋଗ ଦେଲେ ଓଡ଼ିଶାର କୌଣସି ବି ଯୁବକଙ୍କୁ ରୋଜଗାର ପାଇଁ ରାଜ୍ୟରୁ ଦୂରକୁ ଯିବାକୁ ପଡିବନାହିଁ । ଓଡ଼ିଶାରେ ପାଣିର ଅଭାବରୁ ଆଖୁ ହେଉନାହିଁ, ଆଖୁକଳ ବନ୍ଦ ହୋଇଯାଇଛି । ଓଡ଼ିଶାରେ ପାଣିର ଭଣ୍ଡାର ରହିଛି କିନ୍ତୁ ଏଠାରେ ଜଳସେଚନ ବ୍ୟବସ୍ଥା ନାହିଁ । ବିଜେପି ସରକାର ଜଳସେଚନ ବ୍ୟବସ୍ଥା କରିବ, ଇଥେନାଲ କାରଖାନା ସ୍ଥାପନା କରିବ ଏବଂ ସମବାୟ ଆଧାରରେ ଆଖୁକଳ ବସାଇ ଆଖୁ ଚାଷୀଙ୍କୁ ସମୃଦ୍ଧ କରିବାର କାର୍ଯ୍ୟ କରିବ । ଗଞ୍ଜାମ ନବୀନ ବାବୁଙ୍କ କ୍ଷେତ୍ର ଅଟେ ଏବଂ ସେ ୨୫ ବର୍ଷରୁ ମୁଖ୍ୟମନ୍ତ୍ରୀ ଅଟନ୍ତି କିନ୍ତୁ ଏଠାରେ ଗୋଟିଏ ବି ଫ୍ୟାକ୍ଟ୍ରି ଆସିନାହିଁ, ପାନୀୟ ଜଳର ବ୍ୟବସ୍ଥା ନାହିଁ, ଜଳସେଚନ ବ୍ୟବସ୍ଥା ନାହିଁ, ଶୀତଳଭଣ୍ଡାର ବି ନିର୍ମାଣ ହୋଇନାହିଁ । ଗଞ୍ଜାମର ଲୋକେ ବିଜେପିକୁ ଲୋକସଭା ଓ ନିଜ ୬ ବିଧାନସଭାରେ ବିଜେପିକୁ ବିଜୟୀ କରାଇଲେ ଗଞ୍ଜମ ଜିଲ୍ଲାକୁ ବିଜେପି ଦେଶର ନମ୍ବର ୱାନ ଜିଲ୍ଲା ବନାଇବାର କାମ କରିବ ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଅନେକ ହଜାର କୋଟି ପଇସା ପଠାଇ କାମ କରିଛନ୍ତି । କଂଗ୍ରେସ ୧୦ ବର୍ଷରେ ୧ଲକ୍ଷ ୪୧ ହଜାର କୋଟି ଟଙ୍କା ଓଡ଼ିଶାକୁ ପଠାଇଥିଲା ।କିନ୍ତୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୦ ବର୍ଷରେ ୬ଲକ୍ଷ ୩୧ହଜାର କୋଟି ପଠାଇଛନ୍ତି । ଆସିକାରେ ୫ଲକ୍ଷ ୪୭ ହଜାର ଘରେ ଶୌଚାଳୟ ନିର୍ମାଣ, ୪ଲକ୍ଷ ୫୩ହଜାର ଘରେ ପାନୀୟ ଜଳ ଯୋଗାଣ, ୨ଲକ୍ଷ ଚାଷୀଙ୍କୁ 6ହଜାର ଟଙ୍କା ମିଳୁଛି ଏବଂ ୧.୫ ଲକ୍ଷ ଚାଷୀଙ୍କ କିଷାନ ବୀମା କେନ୍ଦ୍ର ସରକାରଙ୍କ ଦ୍ୱାରା ମିଳୁଛି । ଏକ ହଜାର କୋଟି ଗ୍ରାମାଂଚଳ ସଡକ ପାଇଁ ପ୍ରଦାନ କରାଯାଇଛି ଏବଂ ୯୦ କୋଟିରୁ ଭଞ୍ଜନଗର-ଆସିକା ଜାତୀୟ ରାଜପଥର ଲମ୍ବକୁ ଦୁଇଗୁଣା କରିବାର କାମ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ୩ କୋଟିଙ୍କୁ ଭାରତୀୟ ଜନତା ପାର୍ଟି ଲକ୍ଷପତି ଦିଦି କରିବାକୁ ଯାଉଛି ।
ଶ୍ରୀ ଶାହ କହିଛନ୍ତି ଯେ ଗରୀବ ଲୋକ ମାନେ ଚିଟ ଫଣ୍ଡରେ ତାଙ୍କର ଯେଉଁ ଟଙ୍କା ହରାଇଛନ୍ତି ତାକୁ ଫେରାଇବାକୁ ନବୀନ ପଟ୍ଟନାୟକ କୌଣସି ଉଦ୍ୟମ କରି ନାହାନ୍ତି । ବିଜେପିର ସରକାର ଆସିବା ମାତ୍ରେ ୧୮ମାସ ମଧ୍ୟରେ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯାନୁଷ୍ଠାନ କରାଯିବ, ଏହା ମୋଦୀଜୀଙ୍କ ଗ୍ୟାରେଂଟି । ଚାଷୀ ମାନଙ୍କ ଠାରୁ ୩୧ ଶହ ଟଙ୍କାରେ ଧାନ କ୍ରୟ କରାଯିବ ଓ ୪୮ ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କ ବ୍ୟାଙ୍କ ଖାତାରେ ପହଂଚିବ । ମହିଳା ସଶକ୍ତିକରଣ ପାଇଁ ଓଡିଶାର ମହିଳା ମାନଙ୍କୁ ୫୦ ହଜାର ଟଙ୍କାର କ୍ୟାସ ଭାଉଚର ପ୍ରଦାନ କରାଯିବ । ବିଜେପି ସରକାର ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କୁ ୧୦ହଜାର ଟଙ୍କା ଦେବ । ବୁଣାକାର ମାନଙ୍କୁ ତିନି ହଜାର ଟଙ୍କା ମାସିକ ସହାୟତା ଦେବ । ଆସ୍କାରେ ଟେକ୍ସଟାଇଲ ପାର୍କ ହେବ । ୧.୫ଲକ୍ଷ ଖାଲି ପଡିଥିବା ସରକାରୀ ପଦଗୁ଼ଡିକରେ ଓଡିଆ ଯୁବକ ମାନଙ୍କୁ ନିଯୁକ୍ତି ଦିଆଯିବ । ରାଉରକେଲା ଓ ସମ୍ବଲପୁରରେ ଇଣ୍ଡଷ୍ଟ୍ରିଆଲ କରିଡର ତିଆରି ହେବ । ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ବାଲେଶ୍ୱରରେ ଆଇଟି ପାର୍କ ତିଆରି ହେବ । ଗରୀବ ଲୋକ ମାନଙ୍କ ପାଇଁ ଭାରତୀୟ ଜନତା ପାର୍ଟି ୧୫ ଲକ୍ଷ ଘର ନିର୍ମାଣ କରିବ । ଶହେ ଦିନ ମଧ୍ୟରେ ଆୟୁଷ୍ମାନ ଭାରତରେ ୫ ଲକ୍ଷ ଟଙ୍କାର ଲାଭ ଦିଆଯିବ ଓ ହସପିଟାଲ ମାନଙ୍କରେ 36 ହଜାର ବେଡ ତିଆରି କରାଯିବ । ରତ୍ନଭଂଡାରର ପାରଦର୍ଶୀ ହିସାବ ମହପ୍ରଭୁଙ୍କ ଭକ୍ତ ମାନଙ୍କ ସାମନାରେ ରଖି ଦିଆଯିବ । ଗତ 25 ବର୍ଷରେ ଓଡିଶାର କୌଣସି ପ୍ରକାର ବିକାଶ ହୋଇ ନାହିଁ । ଶ୍ରୀ ଅମିତ ଶାହ ଉପସ୍ଥିତ ଜନ ସମୁଦ୍ରକୁ ସ୍ଥାନୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମାନଙ୍କୁ ପ୍ରଚଂଡ ବହୁମତରେ ବିଜୟୀ କରାଇ ଦେଶରେ ମୋଦୀ ସରକାର ଏବଂ ରାଜ୍ୟରେ ବିଜେପି ସରକାର ସ୍ଥାପନା କରିବାକୁ ଅପିଲ କରିଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ ସୋରଡାରେ ଆୟୋଜିତ ବିଶାଳ ଜନସଭାରେ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ।ଭଗବାନ...