ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପରିଚାଳନା ସମ୍ପର୍କିତ ୧୦ ଗୋଟି କଣ୍ଟ୍ରୋଲ ରୁମ୍ ଖୋଲା ଯାଇଅଛି ।

0
35

ଛତ୍ରପୁର, ୧୭/୦୫/୨୦୨୪: ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପରିଚାଳନା ସମ୍ପର୍କିତ ୧୦ ଗୋଟି କଣ୍ଟ୍ରୋଲ ରୁମ୍ ଖୋଲା ଯାଇଅଛି । ସଂପୃକ୍ତ ନିର୍ବାଚନ ଅଞ୍ଚଳ ସମ୍ପର୍କିତ କୌଣସି ତଥ୍ୟ ଜାଣିବାକୁ କିମ୍ବା ଜଣାଇବାକୁ ଚାହୁଁଥିଲେ ଜନ ସାଧାରଣ ଉକ୍ତ ନିର୍ବାଚନ ଅଞ୍ଚଳ କଣ୍ଟ୍ରୋଲରୁମ୍ ଦାୟୀତ୍ବରେ ନିଯୁକ୍ତ ଥିବା ଅଧିକାରୀଙ୍କ ଫୋନ୍ ନମ୍ବର ସହିତ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ଯୋତି ପରିଡା ଜଣାଇଛନ୍ତି । ଆସ୍କା ଲୋକସଭା ନିମନ୍ତେ ଅଭିଷେକ ସାହୁ, ଡେପୁଟି କଲେକ୍ଟର କଣ୍ଟ୍ରୋଲରୁମ୍ ଦାୟୀତ୍ବରେ ଅଛନ୍ତି । ତାଙ୍କ ଯୋଗାଯୋଗ ନମ୍ବର ୭୮୯୪୪୯୫୨୮୩ । ରାଜେଶ କୁମାର ଇକ୍କା, ଡେପୁଟି କଲେକ୍ଟର ଜିଲ୍ଲା କଣ୍ଟ୍ରୋଲରୁମ୍ ଦାୟୀତ୍ବରେ ଅଛନ୍ତି । ତାଙ୍କର ଯୋଗାଯୋଗ ନମ୍ବର ୭୭୫୦୮୯୭୬୭୦ । ଭଞ୍ଜନଗର ବିଧାନ ସଭା କଣ୍ଟ୍ରୋଲ ରୁମ୍ ନିମନ୍ତେ ରାମ ଚନ୍ଦ୍ର ମହାପାତ୍ର , ଆସିଷ୍ଟାଣ୍ଟ କଲେକ୍ଟର ଦାୟୀତ୍ବରେ ଅଛନ୍ତି । ତାଙ୍କର ଯୋଗାଯୋଗ ନମ୍ବର ୭୯୭୮୫୭୨୧୬୦ । ପୋଲସରା ବିଧାନ ସଭା କଣ୍ଟ୍ରୋଲ ରୁମ୍ ନିମନ୍ତେ ପ୍ରହଲ୍ଲାଦ ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଦାୟୀତ୍ବରେ ଅଛନ୍ତି । ତାଙ୍କର ଯୋଗାଯୋଗ ନମ୍ବର ୯୪୩୮୨୩୭୧୨୩ । କବିସୂର୍ଯ୍ୟନଗର ବିଧାନ ସଭା ନିମନ୍ତେ ଦିପକ କୁମାର ଜେନା, ଆସିଷ୍ଟାଣ୍ଟ କଲେକ୍ଟର କଣ୍ଟ୍ରୋଲ ରୁମ୍ ଦାୟୀତ୍ବରେ ଅଛନ୍ତି । ତାଙ୍କର ଯୋଗାଯୋଗ ନମ୍ବର ୮୮୨୮୩୪୮୦୨୯ । ଖଲ୍ଲିକୋଟ ବିଧାନ ସଭା ନିମନ୍ତେ ମିସ୍ ପୁଷ୍ପାଞ୍ଜଳୀ କୃଷିକା, ଆସିଷ୍ଟାଣ୍ଟ କଲେକ୍ଟର କଣ୍ଟ୍ରୋଲ ରୁମ୍ ଦାୟୀତ୍ବରେ ଅଛନ୍ତି । ତାଙ୍କର ଯୋଗାଯୋଗ ନମ୍ବର ୭୩୨୮୦୪୮୯୦୦ । ଆସ୍କା ବିଧାନ ସଭା ନିମନ୍ତେ ଅମିତ୍ ରଞ୍ଜନ ହୋତା, ଡେପୁଟି କଲେକ୍ଟର କଣ୍ଟ୍ରୋଲ ରୁମ୍ ଦାୟୀତ୍ବରେ ଅଛନ୍ତି । ତାଙ୍କର ଯୋଗାଯୋଗ ନମ୍ବର ୬୩୭୦୭୪୪୬୨୧ । ସୋରଡା ବିଧାନ ସଭା ନିମନ୍ତେ ଫକୀର ଜୀବନଜ୍ଯୋତି ନାୟକ, ଆସିଷ୍ଟାଣ୍ଟ କଲେକ୍ଟର କଣ୍ଟ୍ରୋଲ ରୁମ୍ ଦାୟୀତ୍ବରେ ଅଛନ୍ତି । ତାଙ୍କର ଯୋଗାଯୋଗ ନମ୍ବର ୭୦୦୮୫୮୮୮୪୯ । ସାନଖେମୁଣ୍ଡି ବିଧାନ ସଭା ନିମନ୍ତେ କ୍ଷୀରୋଦ ବିହାରୀ ଭରତ ନାଗ, ତହସିଲଦାର, ବ୍ରହ୍ମପୁର କଣ୍ଟ୍ରୋଲ ରୁମ୍ ଦାୟୀତ୍ବରେ ଅଛନ୍ତି । ତାଙ୍କର ଯୋଗାଯୋଗ ନମ୍ବର ୮୭୬୩୪୨୧୪୧୦ । ହିଞ୍ଜିଳି ବିଧାନ ସଭା ନିମନ୍ତେ ଆର୍ଯ୍ୟ କୁମାର ସର୍ବଦମନ, ଡେପୁଟି କଲେକ୍ଟର, କଣ୍ଟ୍ରୋଲ ରୁମ୍ ଦାୟୀତ୍ବରେ ଅଛନ୍ତି । ତାଙ୍କର ଯୋଗାଯୋଗ ନମ୍ବର ୭୩୨୫୯୧୬୯୦୦ । ଦର୍ଶାଯାଇଥିବା ନମ୍ବରରେ ସଂପୃକ୍ତ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here