ଆନ୍ଧ୍ର ପ୍ରଦେଶ କୁ ଗାଈ ଓ ବାଛୁରୀ ଚାଲାଣ ବେଳେ ଉଦ୍ଧାର କରିଲା ପୋଲିସ

0
33

ବ୍ରହ୍ମପୁର,୧୮/୦୫/୨୦୨୪:
ଜାତୀୟ ରାଜପଥ ଗଞ୍ଜାମ ଜିଲା ରୁ ଆନ୍ଧ୍ରପ୍ରଦେଶ କୁ ଗୋ ଚାଲାଣ ହୋଉଥିବା ବେଳେ ଶନିବାର ଦିନ ପୋଲିସ ଗାଈ ଓ ବାଛୁରୀ ପୋଲିସ ଉଦ୍ଧାର କରିଥିବା ନେଇ ଜଣାପଡିଛି l ଏ ନେଇ ପୋଲିସ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ପ୍ରତି ଦିନ ବିଭିନ୍ନ ଗାଡି ଗାଈ ଓ ମଇଁଷି ଆନ୍ଧ୍ରପ୍ରଦେଶ ଚାଲାଣ ହୋଉଥିବା ନେଇ ଅଭିଯୋଗ ହୋଇ ଆସୁଛି ।ଜାତୀୟ ରାଜପଥ ଗଞ୍ଜାମ ଜିଲା ରୁ ଆନ୍ଧ୍ର ପ୍ରଦେଶ  ଗୋ ଚାଲାଣ ହୋଉଥିବା ବେଳେ ଶନିବାର ପୋଲିସ ଗାଈ ଓ ବାଛୁରୀ ପୋଲିସ ଉଦ୍ଧାର  କରିଥିବା ନେଇ ଜଣାପଡିଛି।ଗୋଳନ୍ଥରା ଥାନା ପୋଲିସ ଶନିବାର ଦିନ ପିକଅପରୁ  ଗାଈ ବାଛୁରୀ ଉଦ୍ଧାର କରିବା ସହ ବେଆଇନ ଭାବେ ଗୋଚାଲାଣ ଅଭିଯୋଗରେ ପିକଅପକୁ ଜବତ କରିଥିବା ନେଇ ଜଣାପଡ଼ିଛି l  ସୁଚନା ଅନୁସାରେ କନିଶି ନିକଟ ମଦନ ମୋହନ ପୁର ରୁ ଆନ୍ଧ୍ରା ଅଭିମୁଖେ ଗୋଟିଏ ପିକଅପରେ ଗୋରୁ ଚାଲାଣ ହେଉଥିବାର ଖବର ପାଇ ବଜରଙ୍ଗ ଦଳର ରୋନାଲୀ ପାଣିଗ୍ରାହୀ ଏବଂ କର୍ମୀମାନେ ଗୋଡ଼ାଇ ଗୋଡ଼ାଇ ହଳଦିଆପଦର ନିକଟରେ ଗାଡ଼ିକୁ ଗୋଡାଇ ଗୋଡ଼ାଇ ଗିରିଶୋଲା ନିକଟରେ ଅଟକାଇଥିଲେ l ଏହା ନେଇ ଗାଡ଼ି ଅଟକାଇ ଚାଳକ କୁ କୁଆଡେ ନେଉଛ ବୋଲି ପଚାରି ବୁଝି ଥିଲେ କାଞ୍ଚିଲି ହାଟକୁ ନେଉଛୁ ବୋଲି ଚାଳକ କହିଥିଲେ। ଏନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ  ଗାଇ ବାଛୁରୀ ଉଦ୍ଧାର କରିବା ସହ ବୋଲେର ପିକଅପ୍ ଗାଡ଼ିକୁ ଜବତ କରି ୨ଜଣକୁ କାବୁ କରିଥିଲା l ପରବର୍ତ୍ତୀ ସମୟରେ ଗାଈବାଛୁରୀ ମଦନ ମୋହନପୁର ଗୋଶାଳାକୁ ହସ୍ତାନ୍ତର କରିଥିଲେ। ବଜରଙ୍ଗ ଦଳର କର୍ମୀ ରୋନାଲୀ ଙ୍କ ଅଭିଯୋଗ କ୍ରମେ  ଥାନା କେସ ନମ୍ବର ୨୩୦/୨୪ ପ୍ରକାରେ ଏକ ମାମଲା ରୁଜୁ କରିବା ସହ ୨ଜଣକୁ ୪୧ଧାରାରେ  ନୋଟିସ ଦେଇଥିବା ଛାଡି ଦେଇଥିବା ଜଣାପଡ଼ିଛି l ଏନେଇ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here