ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ବିଜେଡି ଛାଡି ବିଜେପିରେ ହେଲେ ସାମିଲ

0
38

ଭୁବନେଶ୍ୱର,୧୯/୦୫/୨୦୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାର ସଂକଳ୍ପ ନେଇ ଆଜିକୁ ୮ମାସ ଧରି ପ୍ରତ୍ୟେକ ଦିନ ବିଭିନ୍ନ ଦଳରୁ ନେତା, ମନ୍ତ୍ରୀ, ସାଂସଦ ଓ କାର୍ଯ୍ୟକର୍ତାମାନେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ଓଡ଼ିଶାରେ ଚାଲିଥିବା ଅଣଓଡ଼ିଆ ଶାସନକୁ ସମୂଳେ ଧ୍ୱଂସ କରି ବିଜେପି ସରକାର ଗଠନ କରିବା ଓଡ଼ିଶାବାସୀଙ୍କ ଲକ୍ଷ୍ୟ । ବିଜେଡି ୨୫ବର୍ଷ ଧରି ଅନ୍ୟାୟ, ଅନିତି, ଦୁର୍ନୀତି, ଭ୍ରଷ୍ଟାଚାର ଚଳାଇଛି, ବ୍ୟଭିଚାରି ଶାସନକୁ ହଟାଇବା ପାଇଁ ଓଡ଼ିଶାର ଲୋକେ ସଚେତନ ହୋଇଛନ୍ତି । ଚଳିତ ନିର୍ବାଚନ ଲଢ଼ିବାର ଦାୟିତ୍ୱ ନେଇଛନ୍ତି ସାଧାରଣ ଜନତା । ଯୁବକ, କୃଷକ, ମହିଳାଙ୍କ ଉନ୍ନତୀ ପାଇଁ ବିଜେପି ସର୍ବଦା ସଂକଳ୍ପବଦ୍ଧ । ୨୫ବର୍ଷରେ ନବୀନ ଯାହା କରିନି ୫ବର୍ଷ ବିଜେପିକୁ ସରକାର ଆସିଲେ ତାହା କରିଦେଖାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୁରୀ ଜିଲ୍ଲା ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡି ଛାଡି ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ଦାସଙ୍କ ସମେତ ନିମାପଡା ଏନଏସିର ପୂର୍ବତନ ସଭାପତି ଜୀବନାନନ୍ଦ ମହାପାତ୍ର, ରାଜ୍ୟ ପୂର୍ବତନ ଯୁବ ସମ୍ପାଦକ ଅକ୍ଷୟ କୁମାର ବେହେରା, ପୂର୍ବତନ ଏନଏସି ଚେୟାରମ୍ୟାନ ସନାତନ ପ୍ରଧାନ, ପୂର୍ବତନ ରାଜ୍ୟ କାଉନସିଲ୍ ସଦସ୍ୟ ଅଶୋକ କୁମାର ମହାନ୍ତି, ଗୋପ ବ୍ଲକ ବିଜେଡି ସଦସ୍ୟ ପୁରେଶ କୁମାର ସେନାପତି, ବିଜେଡିର ବରିଷ୍ଠ ନେତା ପ୍ରକାଶ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସୁମନ୍ତ କୁମାର ଦାସ, ବିଜେଡିର ବରିଷ୍ଠ ନେତା ବିଷ୍ଣୁଚରଣ ମହାନ୍ତି, ପୂର୍ବତନ ସରପଂଚ ଅମୂଲ୍ୟ କୁମାର ରଥ, ବ୍ଲକ ଚେୟାରମ୍ୟାନ ଶଙ୍କର, ଜିଲ୍ଲାପରିଷଦ ପ୍ରଦୀପ୍ତ ଖଟୁଆ, ବ୍ଲକ ସଭାପତି ଅଶୋକ ସାହୁ, ନରେନ୍ଦ୍ର ମହାନ୍ତି, ସୁବାଷ ମିଶ୍ର, ଲିଟୁ ମାଝୀ, ସତ୍ୟଜିତ୍ ଆଚାର୍ଯ୍ୟ, ବିଦୁଭୂଷଣ ପାତ୍ର, ରଘୁନାଥ ସ୍ୱାଇଁ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଶ୍ରୀ ଦାସ କହିଛନ୍ତି ଯେ, ଗତ ୧୦ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବିକାଶରେ ପ୍ରେରିତ ହୋଇ ବିଜେପିରେ ସାମିଲ ହେଲି । ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ତାହାକୁ ମୁଁ ନିଷ୍ଠାର ସହ ପାଳନ କରିବି । ମୁଁ ପୂର୍ବରୁ ବିଜେପିରେ ଥିଲେ, ଆଜି ମୁଁ ମୋ ଘରକୁ ଫେରିଛି ।
ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ନିମାପଡା ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡା, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉତରୀୟ ପିନ୍ଧାଇ ନୂତନ କାର୍ଯ୍ୟକର୍ତାଙ୍କୁ ସ୍ୱାଗତ ଜଣାଇଥିଲେ । ପାର୍ଟିରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ସାମଲ ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here