ବିଜେପି ସରକାର ଗଠନ କଲେ ରତ୍ନଭଣ୍ଡାର ଚାବି ଓ ୪ ଦ୍ୱାର ଖୋଲାଯିବ।।ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ପାଇଁ କରୋନା ମହାମାରୀ ସମୟରେ ରଥଯାତ୍ରା ହୋଇଥିଲା: ଡା.ସମ୍ବିତ ପାତ୍ର

0
68

ପୁରୀ / ଭୁବନେଶ୍ୱର,୧୯/୦୫/୨୦୨୪: ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ସୋମବାର ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ଏଥିସହ ବିଜେପିର ନିର୍ବାଚନ ପ୍ରଚାର ପାଇଁ ରୋଡ ଶୋ’ କରିବେ । ଏନେଇ ସେ ପ୍ରଥମେ ସକାଳ ୭ଟାରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ତାପରେ ସେବକ, ଗୁରୁଜନମାନଙ୍କ ଆର୍ଶୀବାଦ ପରେ ସିଂହଦ୍ୱାର ନିକଟରୁ ରୋଡ ସୋ ଆରମ୍ଭ କରିବେ । ଏହି ରୋଡ ସୋ’ ମେଡିକାଲ ଛକ ପର୍ଯ୍ୟନ୍ତ ଯିବ । ଏନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଶିଖରେ ପହଂଚିଛି । ଏଥିରେ ସ୍ୱତଃପ୍ରତଭାବେ ଲକ୍ଷାଧିକ ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କୁ ଆର୍ଶୀବାଦ ଦେବା ପାଇଁ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏଥିରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ମୋଦିଙ୍କୁ ଆଶୀର୍ବାଦ ଦେଇ ତାଙ୍କ ଗସ୍ତକୁ ସଫଳ କରାଇବାକୁ ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ଡା. ସମ୍ବିତ ପାତ୍ର କହିଛନ୍ତି ।

ପୁରୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡା.ପାତ୍ର କହିଛନ୍ତି ଯେ, ୨୦୧୩ ମସିହାରେ ନରେନ୍ଦ୍ର ମୋଦି ବିଜେପି କ୍ୟାମ୍ପେନ କମିଟିର ଚେୟାରମ୍ୟାନ ହୋଇଥିଲେ । ଏହାପରେ ସେ ତତ୍‌କ୍ଷଣାତ୍ ଜୁଲାଇ ମାସରେ ପୁରୀ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦି୨୦୧୬ରେ ପୁରୀ ଜଗନ୍ନାଥ ଦର୍ଶନରେ ଆସିଥିଲେ, ସେତେବେଳେ ସେ କହିଥିଲେ ମୁଁ ସୋମନାଥରୁ ଜଗନ୍ନାଥଜୀଙ୍କ ପାଖକୁ ଆସିଛି । ସୋମବାର ସେମାନାଥ, କାଶୀ ଓ ଜଗନ୍ନାଥ ଏକତ୍ରିତ ହୋଇଯିବେ । କାରଣ ନରେନ୍ଦ୍ର ମାଦି ଗୁଜୁରାଟର ସୋମନାଥ ମନ୍ଦିର ଅଂଚଳର ହୋଇଥିôବାବେଳେ କାଶୀରୁ ସାଂସଦ ଅଛନ୍ତି, ଏବେ ଜଗନ୍ନାଥଙ୍କୁ ଦର୍ଶନ କରିିବାକୁ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗୁ କରୋନା ମହାମାରୀ ସମୟରେ ରଥଯାତ୍ରା ହୋଇପାରିଥିଲା ବୋଲି ଶ୍ରୀ ପାତ୍ର କହିଥିଲେ । କରୋନା ମହାମାରୀ ସମୟରେ କେତେଜଣ ଲୋକ ରଥଯାତ୍ରା ବନ୍ଦ ହୋଇଯିବ କହିବାରୁ ବହୁ ଓଡ଼ିଆଙ୍କ ହୃଦୟକୁ ବାଧିଥିଲା । ଏବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଯାଇଥିଲା । ରଥଯାତ୍ରା ଆମ ଜୀବନ, ଏହା ବନ୍ଦ ହୋଇଗଲେ ଓଡିଆ ବଂଚିପାରିବେନି, ଓଡ଼ିଆଙ୍କ ଅସ୍ମିତା ଲୋପ ପାଇଯିବ । ଏହା ଶୁଣିବା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହା ପିଟିଶନ ଦାଖଲ କରିବାକୁ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସ ପାଇଁ ରଥଯାତ୍ରା ହୋଇପାରିଥିଲା । ରତ୍ନଭଣ୍ଡାର ଚାବି ଓ ୪ ଦ୍ୱାର ଖୋଲିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, ବିଜେପି ସରକାର ଗଠନ କରିବା ପରେ ରତ୍ନ ଭଣ୍ଡାର ଚାବି ବାହାର କରାଯିବ ଏବଂ ଭକ୍ତଙ୍କ ପାଇଁ ୪ ଦ୍ୱାର ଖୋଲାଯିବ ବୋଡି ଡା.ପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରେ କାଲି ରୋଡ ଶୋ’ କରିବେ, ଏହା ଆମମାନଙ୍କ ପାଇଁ ସୌଭାଗ୍ୟ । ଚଳିତ ନିର୍ବାଚନରେ ୨୫ ବର୍ଷର ବିଜେଡି ଶାସନକୁ ହଟାଇ ବିଜେପି ସରକାର ଗଠନ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ପାଇଁ ନିର୍ବାଚନ ହୋଇଛି । ଏ ସବୁ ଆସନରେ ବିଜେପିକୁ ସଫଳତା ମିଳିିବ । ଏନେଇ ବିଜେଡି କର୍ମକର୍ତାମାନେ ଗୁଣ୍ଡଗର୍ଦ୍ଦି ଆରମ୍ଭ କରିଦେଇଛନ୍ତି । ଗଣତନ୍ତ୍ରରେ ହିଂସା କୌଣସି ସ୍ଥାନ ନାହିଁ । ଏହି ହିଂସାକାଣ୍ଡ ଯୋଗୁ ଭାରତୀୟ ଜନତା ପାର୍ଟି ତାର ଜଣେ କାର୍ଯକର୍ତାଙ୍କୁ ହରାଇଛି । ବିଜେଡିର ଏପରି ଗୁଣାଗର୍ଦ୍ଦିକୁ ବିଜେପି ନିନ୍ଦା କରୁଛି । ଓଡିଆ ଜାତିର ଅସ୍ମିତା, ସଂସ୍କୃତି, ଗୌରବର ସୁରକ୍ଷା ପାଇଁ ବିଜେପି ସଂକଳ୍ପ ବଦ୍ଧ । ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀଯାଦବ କହିଥିଲେ, ୧୯୭୮ରେ ତତ୍କାଳୀନ ରାଜ୍ୟାପାଳ ବି.ଡି ଶର୍ମାଙ୍କ ନେତୃତ୍ୱରେ ଏନେଇ ଏକ କମିଟି ଗଠନ କରାଯାଇଥିଲା । ୪୫ ବର୍ଷ ପର୍ଯ୍ୟନ୍ତ ଏହି ଚାବି ଥିଲା । ହଠାତ୍ ୨୦୧୮ରେ କେଉଁ ଚାବି ହଜିଗଲା । ଏବେ ପ୍ରକୃତ ଚାବି ମିଳୁ ନ ଥିବାବେଳେ ଡୁପୁଲିକେଟ କେଉଠୁଁ ଆସିଲା, ସେନେଇ ବିରାଟ ପଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ଜବାବ୍ ଦେବାକୁ ହେବ ବୋଲି ବୋଲି ଶ୍ରୀ ଯାଦବ କହିଥିଲେ ।
ଶ୍ରୀଯାଦବ କହିଥିଲେ, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ବକ୍ତବ୍ୟରେ କହିଛନ୍ତି, ଭାରତୀୟ ଜନତା ପାର୍ଟି ଜଗନ୍ନାଥ ମନ୍ଦିରର ଗୌରବ, ପରମ୍ପରା, ସଂସ୍କୃତି ରକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ଆସୁଥିବାରୁ ପୁରୀ ଉତ୍ସବମୁଖର ହୋଇଉଠିଛି । ଶ୍ରୀଯାଦବ ବିଜେପି ସରକାର ଗଠନ କରୁଛି ବୋଲି ଦୃଢ଼ତାର ସହ କହିଥିଲେ । ବିଜେପି ସରକାର ଆସିଲେ, ଧାନ ମୂଲ୍ୟ କୁଇଂଟାଲ ପିଛା ୩୨୦୦ ଟଙ୍କା ଦିଆଯିବ । ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୨ ବର୍ଷ ପାଇଁ ୫୦ ହଜାର ଟଙ୍କାର ଭାଉଚର ଖର୍ଚ୍ଚ କରିବାକୁ ଦିଆଯିବ । ଏହାଛଡ଼ା କୃଷକ ସମ୍ମାନ ନିଧି, ବୁଣାକାର ସମ୍ମାନ ନିଧି, ମତ୍ସ୍ୟଜୀବୀ ସମ୍ମାନ ନିଧି ଦିଆଯିବ । ଓଡିଶାରେ ୪ଟି ଟେକ୍ଟଟାଇଲ ପାର୍କ ଓ ୪ ଆଇଟି ପାର୍କ ଖୋଲାଯିବ । ଆଗାମୀ ଦିନରେ ଓକିଲାତି, ଇଞ୍ଜିନିଂୟରି, ଓ ମେଡିକାଲ ଛାତ୍ରୀଛାତ୍ରୀଙ୍କ ପାଇ ଓଡ଼ିଆରେ ପ୍ରବେଶିକା ପରୀକ୍ଷା ହେବ । ସେମାନଙ୍କ ପାଇଁ ସାଇଂଟିପିକ୍ କଲେଜ, ଆଇନ ଇନ୍‌ଷ୍ଟିଚ୍ୟୁଚ ଆଦି ଖୋଲାଯିବ । ଭାଷାର ବିକାଶ ଉପରେ ଭାରତୀୟ ଜନତା ପାର୍ଟି ପ୍ରାଥମିକତା ଦେଉଥିବାରୁ ଆଇନ୍‌ଠାରୁ ଆରମ୍ଭ କରି ଇଞ୍ଜିନିଂୟରି ଓ ମେଡିକାଲ ପାଠ ଓଡ଼ିଆରେ ପଢ଼ାଯିବ । ଚିଲିକା ଉପରେ ପୋଲ ବନେଇବା ପାଇଁ ପ୍ରସଙ୍ଗରେ ଶ୍ରୀ ଯାଦବ କହିଥିଲେ, ୨୦୨୦ରେ ଏଥିପାଇଁ ଯୋଜନା କରାଯାଇଥିଲା । ମାତ୍ର ରାଜ୍ୟ ସରକାରଙ୍କ ସହଯୋଗ ନ ମିଳିବାରୁ ଏହା ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ବିଜେଡି ସରକାର ଆସିଲେ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପୋଲ ବନିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଜଡିତ ଜଣେ ଓଡ଼ିଆ ହିଁ ଜୁନ୍ ୧୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଖବରଦାତା ସମ୍ମିଳନୀରେ ଶ୍ରୀଯାଦବ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲା କାର୍ଯ୍ୟକାରୀ ସଭାପତି ଡା.ଦେବେନ୍ଦ୍ର ତରାଇ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଂକର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here