ଦିଲ୍ଲୀରେ ପ୍ରଥମ ଥର ପାଇଁ ଭୋଟ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0
42

ନୂଆଦିଲ୍ଲୀ,୨୫/୦୫/୨୦୨୪:
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀରେ ପ୍ରଥମ ଥର ପାଇଁ ମତଦାନ ସାବ୍ୟସ୍ତ କରିଛନ୍ତି। ରାଷ୍ଟ୍ରପତି ଭବନ କମ୍ପ୍ଲେକ୍ସ ଭିତରେ ଥିବା ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରିୟ ବିଦ୍ୟାଳୟ ମତଦାନ କେନ୍ଦ୍ରରେ ମତଦାନ କରିଥିଲେ। ଭାରତ ର ପ୍ରଥମ ନାଗରିକ ଭାବେ ସେ ଆଜି ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଗୋଲାପୀ ବୁଥ୍ ରେ ମତଦାନ କରିଥିଲେ ଯାହାକି ନୂଆଦିଲ୍ଲୀ ଲୋକସଭା ସଂସଦୀୟ କ୍ଷେତ୍ରରେ ଅନ୍ତର୍ଭୁକ୍ତ।ଏହି ବୁଥ୍ ର ମତ ଦାତା ସୁଚୀରେ ସମୁଦାୟ ୪୧୩ ଜଣ ଭୋଟର ଅଛନ୍ତି।

LEAVE A REPLY

Please enter your comment!
Please enter your name here