ତୃତୀୟ ସୁଯୋଗରେ ବାଜିମାରିଲେ ଗୋକୁଳାନନ୍ଦ ।

0
35

ବୁଗୁଡା ୦୫/୦୬/୨୦୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଳିକ ତୃତୀୟ ସୁଯୋଗରେ ବିଧାୟକ ଭାବେ ନିର୍ବାଚିତ ହୋଇ ଶ୍ରୀକାନ୍ତ ସାହୁଙ୍କ ହ୍ୟାଟ୍ରିକକୁ ରୋକ ଲଗାଇଛନ୍ତି। ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଳିକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ ଙ୍କୁ ୨୦୯୪୬ ଭୋଟ ବ୍ଯବଧାନରେ ପରାସ୍ତ କରି ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଶ୍ରୀ ମଲ୍ଲିକ ୮୫୭୩୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଶ୍ରୀ ସାହୁ ୬୪୭୯୧ ଖଣ୍ଡ ପାଇଛନ୍ତି। ନବନିର୍ବାଚିତ ବିଧାୟକ ଶ୍ରୀ ମଲ୍ଲିକ ନିଜ ପ୍ରତିକ୍ରିୟାରେ ପୋଲସରା ନିର୍ବାଚନ ମଣ୍ଡଳୀର ମତଦାତା ବୃନ୍ଦଙ୍କୁ କୃତଜ୍ଞତା ଜଣାଇବା ସହ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here