ଆନ୍ତଃଜିଲ୍ଲା ପ୍ରତିଯୋଗିତା ପାଇଁ ଗଞ୍ଜାମ ଜିଲ୍ଲା ସିନିୟର ପୁରୁଷ ଓ ମହିଳା ହ୍ୟାଣ୍ଡବଲ ଦଳର କେନ୍ଦୁଝର ଯାତ୍ରା

0
32

ବ୍ରହ୍ମପୁର,୦୬/୦୬/୨୦୨୪: ଆସନ୍ତା ୭ରୁ ୯ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଠାରେ ଆୟୋଜିତ ହେବାକୁ ଥିବା ଆନ୍ତଃ ଜିଲ୍ଲା ପୁରୁଷ ଓ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଗଞ୍ଜାମ ଜିଲ୍ଲାର ୩୨ଜଣ ପୁରୁଷ ଓ ମହିଳା ଦଳ କେନ୍ଦୁଝର ଗସ୍ତ କରିଛନ୍ତି। ଏହି ସମସ୍ତ ଖେଳାଳି ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ନିୟମିତ ଭାବେ ଏନ ଆଇ ଏସ କୋଚ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ତାଲିମ ନେଉଛନ୍ତି। ବିଗତ ବର୍ଷ ଏହି ମହିଳା ଦଳ ଜଗତସିଂହପୁର ଠାରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରନର୍ସ ଅପ ହୋଇଥିଲେ । ଚଳିତ ବର୍ଷ ମଧ୍ୟ ଉଭୟ ପୁରୁଷ ଓ ମହିଳା ଦଳ ଭଲ ପ୍ରଦର୍ଶନ କରିବେ ବୋଲି ଜିଲ୍ଲାହ୍ୟାଣ୍ଡ ବଲ ସଂଗଠନର ସଭାପତି ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅଶୋକ ଶୁକ୍ଳା, ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପାଢି ସାଂଗଠାନିକ ସମ୍ପାଦକ ଶକ୍ତିଧର ରାଜଗୁରୁ , କୋଷାଧ୍ୟକ୍ଷ ଡକ୍ଟର ମନୋଜ କୁମାର ପାତ୍ରଙ୍କ ସହ ସମସ୍ତ କର୍ମକର୍ତା ଓ ବରିଷ୍ଠ ଖେଳାଳି ଆଶାବ୍ୟକ୍ତ କରିବା ସହ ଉଭୟ ଦଳର ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଘୋଷିତ ମହିଳା ଦଳରେ ଜି ଜ୍ୟୋତି ପାତ୍ର, ବର୍ଷାରାଣୀ ବେହେରା, ବର୍ଷା ସେଠୀ, ସ୍ୱାଗତିକା ପାତ୍ର, ଅଙ୍କିତା ପଟ୍ଟନାୟକ, ନିଲୁ ବେହେରା, ପି ପ୍ରିୟା ପାତ୍ର, ଜୁଲଫା ମଲ୍ଲିକ, ସସ୍ମିତା ଦାସ, ଶୁଭଲକ୍ଷ୍ମୀ ବେହେରା, ଲିପିକା ଗୌଡ଼, ଶ୍ରଦ୍ଧାଞ୍ଜଳି ବେହେରା, ଦୀପିକା ପଣ୍ଡା, ସଂଜନା କୁମାରୀ ସ୍ୱାଇଁ, ପୟେଲ କୁମାରୀ ସାହୁ, ଶିବାନୀ ସାହୁ ଏବଂ ମ୍ୟାନେଜର ଭାବେ ଦେବପ୍ରିୟ ମହାପାତ୍ର ଓ କୋଚ୍ ଭାବେ ଅଜିତ କୁମାର ପ୍ରଧାନ ସାମିଲ ହୋଇଛନ୍ତି। ସେହିଭଳି ଘୋଷିତ

ପୁରୁଷ ଦଳରେ ଅବିନାଶ ମେଡ଼ି, ବିକାଶ ସାମଲ, ଅରବିନ୍ଦ ବେହେରା, ରଜତ ପାତ୍ର, ହରିଶଙ୍କର ପରିଡା, ମୀନକେତନ ଦାସ, ଅମିତ ରାଜ ସାମନ୍ତରାୟ, ଉତ୍ତମ ନାୟକ, ଜ୍ଞାନରଞ୍ଜନ ପାଣିଗ୍ରାହୀ, ରାମାଶିଷ ପ୍ରସାଦ ଜେନା, ଅନିଷ କୁମାର ପାତ୍ର, ଜି କେଶବ ରେଡ୍ଡୀ, ସ୍ୱରୂପ ନାରାୟଣ ସାହୁ, ଦୀପକ ସେଠୀ, ଅକ୍ଷୟ ପୂଜାରୀ, ହରିହର ଦଳାଇ ଏବଂ ମ୍ୟାନେଜର ପଦରେ ଦୀପକ ମହାନ୍ତି କୋଚ ଓ ପ୍ରମୋଦ କୁମାର ପଟ୍ଟନାୟକ ଏବଂ ଅଫିସିଆଲ୍ ଭାବେ ସନ୍ଦୀପ କୁମାର ପାତ୍ର ଦଳ ସହ ଯାତ୍ରା କରିଛନ୍ତି ବୋଲି ସମ୍ପାଦକ ସୁରେଶ ଚନ୍ଦ୍ର ପାଢି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here