ବାପା ମାଆ ଅଖା ସିଲାଳି। ଝିଅ ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରିକ୍ଷା ନିଟ୍ ରେ

0
45

ବ୍ରହ୍ମପୁର,୦୬/୦୬/୨୦୨୪:ବାପା ମାଆ ସିମେଣ୍ଟ ଅଖାରୁ ବ୍ୟାଗ୍ ତିଆରି କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ବେଳେ ଝିଅ ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରିକ୍ଷା ନିଟ୍ ରେ  ଉତିନ୍ନ ହୋଇ ନିଜ ଅଂଚଳ ପାଇଁ ଗୌରବ ଆଣିଛନ୍ତି ଝିଅ ଆରତୀ।ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ରଣ୍ଢା ଗାଁର ଏକ ଗରିବ ପରିବାରର ଝିଅ ଆରତୀ ପାଣିଗ୍ରାହୀ । କଥାରେ ଅଛି ଯଦି ଆପଣ କୌଣସି ଏକ କାମକୁ ସତ୍ୟ ଓ ନିଷ୍ଠାର ସହିତ କରନ୍ତି ତାହେଲେ ନିଶ୍ଚୟ ସଫଳ ହୋଇଥାଏ । ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ଗରିବ ଘରର ଝିଅ ଆରତୀ ପାଣିଗ୍ରାହୀ । ଯିଏ ନିଟ୍ ପ୍ରବେଶିକା ପରିକ୍ଷାରେ ଉତିନ୍ନ ହୋଇ ବାପା ମାଆ ଏବଂ ନିଜ ଅଂଚଳ ପାଇଁ ଗୌରବ ଆଣିଛନ୍ତି ।ବାପା ସିମେଣ୍ଟ ଅଖା ସଂଗ୍ରହ କରି ଆଣୁଥିବା ବେଳେ ମାଆ ସେହି ଅଖାରେ ବ୍ୟାଗ୍ ତିଆରି କରି ବିକ୍ରି କରୁଥାନ୍ତି, ବାପା ମାଆଙ୍କ କଠିନ ପରିଶ୍ରମରେ  ଯାହା ଅର୍ଥ ମିଳୁଥାଏ ତାହା ଝିଅର ସ୍ବପ୍ନକୁ ପୂରଣ କରିବା ନିମନ୍ତେ ଲାଗିପଡିଥିଲେ ବାପା ପ୍ରଶାନ୍ତ ପାଣିଗ୍ରାହୀ ଏବଂ ମାଆ ନନ୍ଦିନୀ ପାଣିଗ୍ରାହୀ।ମଣିଷ ଯଦି ଚାହେଁ ତାହାଲେ ସବୁ ଅସମ୍ଭବକୁ ବି ସମ୍ଭବ କରିପାରିବ।  ଏଭଳି କିଛି କରି ଦେଖାଇଛନ୍ତି ଆରତୀର ବାପା ଏବଂ ମାଆ । ପିଲାଟି ଦିନରୁ ପାଠପଢ଼ା ପ୍ରତି ଆଗ୍ରହ ଥିବା ଆରତୀ ରଣ୍ଢା ଶିଶୁ ମନ୍ଦିରର ଦଶମ ଶ୍ରେଣୀର ୯୨ ପ୍ରତିଶତ ମାର୍କ ରଖିଥିବା ବେଳେ ବ୍ରହ୍ମପୁର ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟରେ ଦ୍ଵାଦଶ ଶ୍ରେଣୀରେ ମଧ୍ୟ ୯୨ ପ୍ରତିଶତ ନମ୍ବର ରଖିଥିଲେ। ଆରତୀ, ନିଜର ମନୋବଳ ଏବଂ ଅକ୍ଲାନ୍ତ ପରିଶ୍ରମ ବଳରେ ନିଟ୍ ପ୍ରବେଶିକା ପରିକ୍ଷାରେ ୬୮୫ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଆରତୀ ୨୦୨୪-୨୫ ଶିକ୍ଷାବର୍ଷରେ ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରିକ୍ଷା ନିଟ୍ ରେ  ଉତିନ୍ନ ହୋଇ ନିଜ ଅଂଚଳ ପାଇଁ ଗୌରବ ଆଣିଛନ୍ତି । ଘରେ ଆର୍ଥୀକ ସ୍ଥିତି ଖରାପ ଥିବା ସତ୍ୱେ ମଧ୍ୟ ହାର ମାନି ନଥିଲା ଆରତୀ , ଦିନକୁ ୧୨ ଘଣ୍ଟାରୁ ୧୬ଘଣ୍ଟା ପରିଶ୍ରମ କରୁଥିଲେ ଆରତୀ।ଭଗବାନଙ୍କ ଆଶିର୍ବାଦରେ ଜଣେ ଭଲ ଡାକ୍ତର ହୋଇ ମୁଁ ରୋଗୀ ମାନଙ୍କ ସେବା କରିପାରିବି ଏହାଠାରୁ ସୌଭାଗ୍ୟ ଆଉ କିଛି ନାହିଁ ବୋଲି କହିଛନ୍ତି ଆରତୀ ।ମାଆ ,ବାପା ,ଭାଇ , ଗୁରୁଜୀ ଗୁରୁମା ଏବଂ ପରିବାରକୁ ଶ୍ରେୟ ଦେଇଛନ୍ତି ଆରତୀ ପାଣିଗ୍ରାହୀ। ଆମ କଠିନ ପରିଶ୍ରମର ଫଳ ଏବଂ ଭଗବାନଙ୍କ ଆଶିର୍ବାଦରେ ଆମ ଝିଅ ଆରତୀ ଡାକ୍ତର ପାଠ ପଡି ଡାକ୍ତର ହେବ ଆମେ ବହୁତ ଖୁସି ବୋଲି ବାପା ପ୍ରଶାନ୍ତ ପାଣିଗ୍ରାହୀ ଏବଂ ମାଆ ନନ୍ଦିନୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here