ରାଜ୍ୟପାଳ ଙ୍କୁ ସଦ୍ୟ ନିର୍ବାଚିତ ଓଡ଼ିଶା ବିଧାନ ସଭାର ସଦସ୍ୟ ତାଲିକା ପ୍ରଦାନ କରିଲେ ମୁଖ୍ୟ ନିର୍ବାଚନ ଅଧିକାରୀ

0
39

ଭୂବନେଶ୍ୱର,୦୬/୦୬/୨୦୨୪:ସଦ୍ୟ ନିର୍ବାଚିତ ଓଡ଼ିଶା ବିଧାନ ସଭାର ସଦସ୍ୟ ତାଲିକାର ବିଜ୍ଞପ୍ତି ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରକାଶିତ ହୋଇଛି । ଏହି ବିଜ୍ଞପ୍ତି ଓଡ଼ିଶା ରାଜପତ୍ରରେ ମଧ୍ୟ ପ୍ରକାଶିତ ହୋଇଛି । ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ, ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆଜି ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧ‌ିଙ୍କ ସହ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ସାକ୍ଷାତ କରି ଉକ୍ତ ବିଜ୍ଞପ୍ତି ପ୍ରଦାନ କରିଛନ୍ତି । ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧ‌ିକାରୀ ଡକ୍ଟର ଏନ. ତିରୁମାଲା ନାୟକ,ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧ‌ିକାରୀ ଶ୍ରୀ ମିହିର ମହାନ୍ତି, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ ସାହୁ ଓ ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ମହତୋ ଉପସ୍ଥିତ ରହି ଉକ୍ତ ବିଜ୍ଞପ୍ତିକୁ ମହାମହିମ ରାଜ୍ୟପାଳ ମହୋଦୟଙ୍କୁ ପ୍ରଦାନ କରିଥିଲେ । ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ମହାମହିମ ରାଜ୍ୟପାଳ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ନିକୁଞ୍ଜ ବିହାରୀ ଧଳ ତଥା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here