ମାଁ ସିଂହାସନୀଙ୍କ ରଜ ପର୍ବ ଉପଲକ୍ଷେ ଅନୁଷ୍ଠିତ ଦ୍ଵିତୀୟ ପ୍ରସ୍ତୁତି ବୈଠକରେ ବିଧାୟକ।

0
33

ପୋଲସରା ୦୭/୦୬/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକରେ ପ୍ରତିଷ୍ଠିତ ଶକ୍ତି ପୀଠ ମାଁ ସିଂହାସିନୀଙ୍କ ରଜ ପର୍ବ ପାଳନ ଉପଲକ୍ଷେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଜୁନ ୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାଁ ସିଂହାସିନୀ ପରିଚାଳନା କମିଟି ସଭାପତି ତଥା ନବ ନିର୍ବାଚିତ ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମାଁଙ୍କୁ ଦର୍ଶନ କରିବା ସହିତ ଆଗାମୀ ୧୪,୧୫ ଓ ୧୬ ତାରିଖରେ ହେବାକୁ ଥିବା ରଜ ପର୍ବର ଚୁଡାନ୍ତ ପ୍ରସ୍ତୁତି ବୈଠକରେ ଯୋଗଦେଇ ଥିଲେ। ଏହି ବୈଠକ ପୋଲସରା ବିଧାୟକ ତଥା ପରିଚାଳନା କମିଟି ସଭାପତି ଶ୍ରୀ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ, କମିଟି ସଦସ୍ୟ ଓ ଅଞ୍ଚଳର ଜନପ୍ରତିନିଧି ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ମାଁଙ୍କ ରଜ ପର୍ବ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ପାଇଁ ସମସ୍ତେ ସହଯୋଗ କରିବାପାଇଁ ବିଧାୟକ ଶ୍ରୀ ମଲ୍ଲିକ ଅନୁରୋଧ କରିବା ସହ କମିଟିର ସଦସ୍ୟ ମାନଙ୍କୁ ବିଭିନ୍ନ କାର୍ଯ୍ଯର ଦାୟିତ୍ୱ ଦେବାସହ ସୁଚାରୁଭାବେ ସମ୍ପାଦନା କରିବା ପାଇଁ ଅନୁରୋଧ କରିଥିଲେ। ମାଁ ସିଂହାସନୀ ପରିଚାଳନା କମିଟିର ଆଜୀବନ ସଦସ୍ୟ ବହୁ କମ ଥିବା ବେଳେ ଆଜିର ବୈଠକରେ ମାଁ ଙ୍କ ଆଶୀର୍ବାଦରୁ ୪୦୦ ରୁ ଉର୍ଦ୍ଧ୍ବ ଆଜୀବନ ସଦସ୍ୟ ସଭ୍ୟ ହେବାପାଇଁ ମତ ଦେଇଥିଲେ। ଉକ୍ତ ବୈଠକରେ ବିଧାୟକ ଶ୍ରୀ ମଳିକଙ୍କ ସମେତ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ପୋଲସରା ତହସିଲଦାର ରୁବି ବେହେରା, ବିଡିଓ କୁରେଶ ଚନ୍ଦ୍ର ଜାନୀ, ପୋଲସରା ପୋଲିସ ଆଇଆଇସି କୌଶିକ ମାଝୀ, ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ଭଗବାନ ସାହୁ, ରଘୁନାଥ ଭୂୟାଁ, ରଘୁନାଥ ପ୍ରଧାନ, ପୀତବାସ ପ୍ରଧାନ, ସୂର୍ଯ୍ୟ ନାରାୟଣ ପାଢ଼ୀ, ସୁରେନ୍ଦ୍ରନାଥ ପ୍ରଧାନ, ରଘୁନାଥ ସାହୁ, ବିପିନି ବିହାରୀ ପ୍ରଧାନ, ମନୁ ଗୌଡ଼ , ସତ୍ୟନାରାୟଣ ସାହୁ, ସୁଶାନ୍ତ କୁମାର ମଳିକ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ , ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସମେତ ଅଞ୍ଚଳବାସୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here