ଆସନ୍ତା ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଙ୍କ ଶପଥ ଗ୍ରହଣ। ଯୋଗ ଦେବେ ପ୍ରଧାନମନ୍ତ୍ରୀ ଙ୍କ ସମେତ ପ୍ରମୁଖ କେନ୍ଦ୍ର ମନ୍ତ୍ରୀଗଣ

0
33

ଭୂବନେଶ୍ୱର,୦୮/୦୬/୨୦୨୪:ଦୀର୍ଘ ୨୪ ବର୍ଷ ର ବିଜେଡି ସରକାର ଶାସନ ପରେ ପ୍ରଥମ ଥର ପାଇଁ ଏକ ଜାତୀୟ ଦଳ ବିଜେପି ଓଡିଶା ରେ ସରକାର ଗଠନ କରିବାକୁ ଯାଉଛି।
ତେବେ ବିଜେପିରୁ କିଏ ସମ୍ଭାଳିବେ ଓଡ଼ିଶା ଶାସନ ଭାର? କିଏ ହେବେ ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଏନେଇ ଦିଲ୍ଲୀ ବୈଠକ ଉପରେ ସାରା ଓଡିଶା ବାସୀ ଙ୍କ ନଜର ରହିଛି ।ଆସନ୍ତା ୧୦ ତାରିଖରେ ବିଜେପି ବିଧାୟକ ଦଳ ବୈଠକ ବସିବା ନେଇ ସୁଚନା ମିଳୁଛି।୧୦ତାରିଖ ସକାଳେ ବିଧାୟକ ଦଳ ବୈଠକ ବସିବ।ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଜଣାଇବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ।
ବିଧାୟକ ଦଳର ସହମତି ପରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରାଯିବା ନେଇ ସୁଚନା ରହିଛି।ସେଦିନ ସନ୍ଧ୍ୟାରେ ଜନତା ମଇଦାନ ଠାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ପରିଷଦ ସଦସ୍ୟ ମାନେ ଶପଥ ଗ୍ରହଣ କରିବେ। ଜନତା ମୈଦାନ ରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଉତ୍ସବ ରେ ବହୁ ଭିଭିଆଇପି ଯୋଗ ଦେଉଥିବାରୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି।ଶପଥ ଗ୍ରହଣ ପରେ ନୂଆ ମୁଖ୍ୟମନ୍ତ୍ରୀ ସଚିବାଳୟ ର ତୃତୀୟା ମହଲା ରେ ତାଙ୍କର ପ୍ରକୋଷ୍ଠ କୁ ଯିବେ।ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରକୋଷ୍ଠ କୁ ଏବେ ନୂଆ ରୂପ ଦିଆଯାଇଛି।ନୂଆ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ନୂଆ ଚୌକି ଓ ସୋଫା ପଡିବ। ପୂର୍ବରୁ ନବୀନ ପଟ୍ଟନାୟକ ପାଇଁ ଯେଉଁ କାଠ ଚୌକି ରହିଥିଲା,ତାହାକୁ ପରିବର୍ତ୍ତନ କରାଯାଇଛି।ମୁଖ୍ୟମନ୍ତ୍ରୀ ଙ୍କ କାର୍ଯାଳୟ ର ଛାତ ସିଲିଂ ଚକାଚକ୍ କରାଯିବା ସହ କ୍ୟାବିନେଟ ବୈଠକ ପ୍ରକୋଷ୍ଠ ଏବଂ ସମ୍ମିଳନୀ ଗୃହ କୁ ମଧ୍ୟ ନୂଆ ରୂପ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here