ବିରୋଧୀ ଦଳ ନେତା ପାଇଁ ଚର୍ଚ୍ଚା ଜୋରଦାର

0
24

ଭୂବନେଶ୍ୱର,୧୮/୦୬/୨୦୨୪:
ରାଜ୍ୟରେ ନୂଆ ସରକାର ଆସିବା ପରେ ବିରୋଧୀ ଦଳ ନେତା କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି । କାଲି ଅପରାହ୍ଣରେ ବିଜେଡିର ବିଧାୟକ ଦଳ ବୈଠକ ରହିଛି । ଚର୍ଚ୍ଚା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇପାରନ୍ତି ।ବିଧାୟକ ଭାବେ ଶପଥ ନେବା ପରେ ନବୀନ ପଟ୍ଟନାୟକ ଶାସକ ଦଳର ସଦସ୍ୟଙ୍କୁ ଭେଟିଛନ୍ତି ।ଆଉ ଏସବୁ ଭିତରେ ସବୁଠୁ ଚର୍ଚ୍ଚା ସାଉଂଟିଥିଲା, ଯେତେବେଳେ ସାମ୍ନାସାମ୍ନି ହୋଇଥିଲେ ଲକ୍ଷ୍ମଣ ବାଗ ଓ ନବୀନ ପଟ୍ଟନାୟକ । ଟ୍ରେଜେରୀ ବେଂଚରେ ବସିଥିବା ଲକ୍ଷ୍ମଣ ବାଗଙ୍କ ପାଖକୁ ଯେତେବେଳେ ନବୀନ ଯାଇଥିଲେ, ଲକ୍ଷ୍ମଣ ବାଗ ନିଜ ବେଂଚରେ ଛିଡ଼ା ହୋଇ କହିଥିଲେ, ମୁଁ ଲକ୍ଷ୍ମଣ ବାଗ୍ । ଆଉ ନବୀନ ପଟ୍ଟନାୟକ କହିଥିଲେ, ‘ଓ ୟୁ ଡିଫିଟେଡ୍ ମି’ । ଏଇଠୁ ହିଁ ଗୋଟିଏ ସଂକେତ ମିଳିଥିଲା, ଯେ ବିରୋଧୀ ଆସନରେ ବସି ସବୁକିଛି ମୁକାବିଲା କରିବା ଲକ୍ଷ୍ୟରେ ଅଛନ୍ତି ନବୀନ ।୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ଏବେ ବିରୋଧୀ ଭୂମିକାରେ । ଆଉ ଏସବୁ ଭିତରେ ବିଧାନସଭାରେ ବିଜେଡିର ସେନାପତି କିଏ ହେବ? ଯାହାକୁ ନେଇ ଅନେକ ଚର୍ଚ୍ଚା କରାଯାଉଛି । ବୁଧବାର ଅପରାହ୍ନ ରେ ବିଜେଡିର ବିଧାୟକ ଦଳ ବୈଠକ ରହିଛି । ୫୧ଜଣ ବିଧାୟକ ସେମାନଙ୍କର ବିଧାୟକ ଦଳ ନେତା ଚୟନ କରିବେ । ଚର୍ଚ୍ଚା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇପାରନ୍ତି । ଆଉ ବିଧାନସଭାରେ ମୁଖ୍ୟମନ୍ତ୍ରୀରୁ ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇପାରନ୍ତି ନବୀନ ।

ଏମିତି ମଧ୍ୟ ଚର୍ଚ୍ଚା ହେଉଛି, ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା, ଭେଟେରାନ ପ୍ରସନ୍ନ ଆଚାର୍ଯ୍ୟ କିମ୍ବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ କିମ୍ବା ପ୍ରମିଲ୍ଲା ମଲ୍ଲିକଙ୍କୁ ବିରୋଧୀ ଦଳ ଉପନେତା ଭାବେ ଦାୟିତ୍ୱ ଦିଆଯାଇପାରେ । ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ଅରୁଣ ସାହୁ କିମ୍ବା ପ୍ରତାପ ଦେବଙ୍କୁ ମିଳିପାରେ ଦାୟିତ୍ୱ । କିନ୍ତୁ ବୁଧବାର ସ୍ପଷ୍ଟ ହୋଇଯିବ, ବିଧାନସଭାରେ ଦଳର ମୋର୍ଚ୍ଚା କିଏ ସମ୍ଭାଳିବେ ।ବହୁ ଦିନ ବ୍ୟବଧାନ ପରେ ବିଧାନସଭାରେ ଏକ ସଂଗଠିତ ଓ ମଜଭୁତ ବିରୋଧୀ ଦଳ ଦେଖିବାକୁ ମିଳିବ । କାରଣ ବିଜେଡି ପାଖରେ ୫୧ ଓ କଂଗ୍ରେସ ପାଖରେ ୧୪ ବିଧାୟକ ଅଛନ୍ତି । ତେଣୁ ଶାସକ ଦଳ ପାଇଁ ଅଡ଼ୁଆ କଲା ଭଳି ପରିସ୍ଥିତି ଗୃହ ଭିତରେ ସୃଷ୍ଟି କରିପାରିବେ ବିରୋଧୀ ।

LEAVE A REPLY

Please enter your comment!
Please enter your name here