Home ବ୍ରହ୍ମପୁର ସ୍ପେଶାଳ କରଚୁଲି ସଂରକ୍ଷଣ ଜଙ୍ଗଲରେ ୭୫ତମ ବନମହୋତ୍ସବ

କରଚୁଲି ସଂରକ୍ଷଣ ଜଙ୍ଗଲରେ ୭୫ତମ ବନମହୋତ୍ସବ

0
78

ବୁଗୁଡ଼ା ୦୪/୦୭/୨୪ ଓଡ଼ିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶ କ୍ରମେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳ ପକ୍ଷରୁ ଗୁରୁବାର ଦିନ କରଚୁଲି ସଂରକ୍ଷଣ ଜଙ୍ଗଲରେ ୭୫ତମ ବନମହୋତ୍ସବ ପାଳନ ହୋଇଯାଇଛି। ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନ ସଂରକ୍ଷଣ ଅଧିକାରୀ ଡ଼ଃ ସଂଞ୍ଜୟ କୁମାର ସ୍ବାଇଁ, ବ୍ରହ୍ମପୁର ଅତିରିକ୍ତ ବନ ସଂରକ୍ଷଣ ଅଧିକାରୀ ରଜତ କୁମାର ମିଶ୍ର , ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ କୁମାର ଆଚାରୀ , ଭଞ୍ଜନଗର ଫରେଷ୍ଟ କର୍ପୋରେସନ ଡିଏମ ପ୍ରଭାକର ନାୟକ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ମେମ୍ବର ଚାନ୍ଦିନୀ ନାୟକ, ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର, ପ୍ରକୃତି ବନ୍ଧୁ ଗୌରୀଶଙ୍କର ମିଶ୍ର, ଗଙ୍ଗାଧର ବିଷୋୟୀ, ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ। ଏହାସହିତ ବାଘୁଆ ନର୍ସରୀ ଠାରେ ଏକ ସଭାର ଆୟୋଜନ ହୋଇ ବୃକ୍ଷର ଉପକାରିତା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଗୋଟିଏ ଗଛ ମା’ଙ୍କ ନାମରେ ଲଗାଇବା ପାଇଁ ବିଭିନ୍ନ ଧରଣର ଗଛ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ବୁଗୁଡ଼ା ବନାଞ୍ଚଳର ସମସ୍ତ ବନ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!