ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ

0
15

ବୁଗୁଡା ୨/୯/୨୪ ଉତ୍ତର ବନ ଖଣ୍ଡ ଡାକ ବଙ୍ଗଳା ପରିସରରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସେପ୍ଟେମ୍ବର ମାସ ବୈଠକ ସଭାପତି ଆଡଭୋକେଟ ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଉପସଭାପତି ବାଳକୃଷ୍ଣ ବେହେରାଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକ ଆଚାର୍ଯ୍ୟ ରବିନାରାୟଣ ସାମନ୍ତ ଗତମାସ ବୈଠକର ବିବରଣୀ ପାଠ କରିବା ପରେ ଗୃହୀତ ହୋଇଥିଲା। ସଭାପତି ଶ୍ରୀ ନାୟକ ଘୁମୁସର ଜିଲ୍ଲା ଦାବୀ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ଦେଶ୍ୟରେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ଜରିଆରେ ପଠାଯାଉଥିବା ସ୍ମାରକ ପତ୍ର ପାଠ କରିବା ପରେ ଗୃହୀତ ହୋଇଥିଲା। ଭଞ୍ଜନଗର ବିଧାୟକଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ଯାଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ପ୍ରଦାନ କରି ଆଲୋଚନା କରିବା ପାଇଁ ନିଷ୍ପତି ହୋଇଥିଲା। ଆସନ୍ତା ଅକ୍ଟୋବର ମାସର ମଧ୍ୟ ଭାଗରେ ମଞ୍ଚ ପକ୍ଷରୁ ଓଡିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବା ପାଇଁ ନିଷ୍ପତି ହେଲା। ଆସନ୍ତା ମାସର ବୈଠକ ବୁଗୁଡ଼ା ବୁଦ୍ଧଖୋଲ ଠାରେ ଅନୁଷ୍ଠିତ ହେବାକୁ ସ୍ଥିର ହେଲା। ସାମ୍ବାଦିକ ରବୀନ୍ଦ୍ର ନାଥ ପାତ୍ର ମଞ୍ଚର ଏକ ସ୍ମରଣିକା ପ୍ରକାଶ କରିବା ପାଇଁ ମତ ପ୍ରକାଶ କରିବା ପରେ ପ୍ରସ୍ତାବକୁ ସ୍ୱାଗତ କରାଯାଇଥିଲା। ପଣ୍ଡିତ ବିପ୍ରଚରଣ ସାହୁ ଜୀବନ ପରିଚାର୍ଯ୍ୟା ଉପରେ ବକ୍ତବ୍ୟ ରଖିଥିଲେ। ଶିବରାମ ପଣ୍ଡା , ରବୀନ୍ଦ୍ର ଆଚାର୍ଯ୍ୟ , ଉପସଭାପତି ଆଡ଼ଭୋକେଟ ସନ୍ତୋଷ କୁମାର ତିଆଡ଼ି ଓ ବାଳକୃଷ୍ଣ ବେହେରା, ସାମ୍ବାଦିକ ମାଗୁଣି ମିଶ୍ର, ସୁବଳ ଭୂୟାଁ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ପୀତାମ୍ବର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here