ପିପୁଲସ କଲେଜରେ ଶିକ୍ଷକ ଅଭିଭାବକ ସଙ୍ଘ ବୈଠକ

0
103

ବୁଗୁଡା ୩୦/୯/୨୪ ବୁଗୁଡା ପିପୁଲସ କଲେଜର +୨ ବିଭାଗ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖ ଦିନ ଶିକ୍ଷକ ଅଭିଭାବକ ସଙ୍ଘ ପକ୍ଷରୁ ଏକ ବୈଠକ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମୀକ ବୁର୍ସର ଅଧ୍ୟାପକ ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇକିୟୁଏସି ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ, ଅଧ୍ୟାପିକା ଅନିତା ଦେବୀ, ପ୍ରାୟ ଏକ ଶହ ଅଭିଭାବକ ଓ ଛାତ୍ରଛାତ୍ରୀ ବୃନ୍ଦ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। Automated, Permanent, Academic, Account ଓ Rdgistery (APAAR) ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା। କିରାଣୀ ଚିତ୍ରସେନ ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here