ପିପୁଲସ କଲେଜ ଯୁବ ରେଡ କ୍ରସ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
5

ବୁଗୁଡ଼ା, ୦୮/୭/୨୬ : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପିପୁଲ୍ସ କଲେଜ ର ଯୁବ ରେଡ କ୍ରସ ପକ୍ଷରୁ ୦୭/୭/୨୬ ତାରିଖ ଦିନ କଲେଜ ପରିସରରେ ୭୭ତମ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡ କ୍ରସ ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜର ଅଧ୍ୟକ୍ଷ ଡକ୍ଟର ପୁରୁଷୋତ୍ତମ ମିଶ୍ର ଯୋଗଦେଇ ପ୍ରଥମେ ବୃକ୍ଷ ରୋପଣ ଶୁଭାରମ୍ଭ କରିବା ସହ ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ଼କ୍ଟର ପ୍ରଦୀପ କୁମାର ଦାସ, ଅଧ୍ୟାପକ ଦୁଷ୍ମନ୍ତ ପ୍ରଧାନ ଓ ଯୁଗ ରେଡ କ୍ରସର ଅନ୍ୟତମ ଉପଦେଷ୍ଟା ଅଧ୍ୟାପିକା କ୍ରିଷ୍ଣା କୁମାରୀ ବର୍ଗେ ସ୍ୱେଛାସେବୀ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିବା ସହ ବୃକ୍ଷ ରୋପଣର ଆବଶ୍ୟକତା ଓ ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here