ମିସ୍ଡ କଲ୍ ଯୋଗେ ଅଭିଯୋଗ ପଞ୍ଜିକରଣ ସେବା ଆରମ୍ଭ କଲା ଟିପିଏସ୍ଓଡିଏଲ୍

0
11

ବ୍ରହ୍ମପୁର,୧୨/୧୧/୨୦୨୪:
ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଅନୁଭୂତି ଯୋଗାଇ ଦେବା ଲକ୍ଷ୍ୟରେ
ଟିପିଏସ୍ଓଡିଏଲର ପକ୍ଷରୁ ମିସ୍ଡକଲ୍ ସେବା ଚଳିତ ମାସରେ ଆରମ୍ଭ ହୋଇଛି । ବିଜୁଳି ସେବା ବିଚ୍ଛିନ୍ନ ହୋଇଥିଲେ, ଉପଭୋକ୍ତାମାନେ ୯୭୭୭୭୭୪୬୯୯ ନମ୍ୱରରେ ମିସ୍ଡକଲ୍ କରି ସେବା ସମ୍ପର୍କିତ ସମସ୍ତ ବିବରଣୀ ପାଇବା ସହ ଅଭିଯୋଗ ପଞ୍ଜିକରଣ କରାଇପାରିବେ । ଏହି ନମ୍ୱରରେ କଲ୍ କରିବା ପରେ କିଛି ସେକେଣ୍ଡ ମଧ୍ୟରେ ସିଷ୍ଟମ୍ ଆପେ ଆପେ କଲ୍ ବିଚ୍ଛିନ୍ନ କରିନିଏ । ଏହାପରେ ଟିପିଏସ୍ଓଡିଏଲ୍ ପକ୍ଷରୁ ପଞ୍ଜିକୃତ ଉପଭୋକ୍ତାଙ୍କ ନମ୍ୱରକୁ ଏକ ମେସେଜ୍ ଆସିଥାଏ । ଉକ୍ତ ମେସେଜରେ ବିଜୁଳି ବିଚ୍ଛିନ୍ନ ସମ୍ୱନ୍ଧିତ କାରଣ ଓ ପୁନରୁଦ୍ଧାରର ଏକ ଆନୁମାନିକ ସମୟ ଉଲ୍ଲେଖ ରହିଥାଏ । ସେହିଭଳି ବ୍ୟକ୍ତିଗତ ଅଭିଯୋଗ କ୍ଷେତ୍ରରେ ଏକ କନଫରମେସନ୍ ମେସେଜ ଓ ଅଭିଯୋଗ ପଞ୍ଜିକରଣ ନମ୍ୱର ଆସିଥାଏ । ଅନ୍ୟପକ୍ଷରେ, ସମାନ ମୋବାଇଲ ସହ ଲିଙ୍କ୍ ହୋଇଥିବା ଏକାଧିକ ଆକାଉଣ୍ଟଧାରୀ ଉପଭୋକ୍ତା ମାଇଁ ଟାଟା ପାଓ୍ୱାର ଆପ୍ କିମ୍ୱା କମ୍ପାନୀର ଟୋଲ୍ ଫ୍ରି ନମ୍ୱରରେ ଯୋଗାଯୋଗ କରି ଅଭିଯୋଗ ଦାଖଲ କରିପାରିବେ । ସେହିଭଳି ଅଣପଞ୍ଜିକୃତ ମୋବାଇଲ୍ ନମ୍ୱରଧାରୀ ଉପଭୋକ୍ତାମାନେ ଟିପିଏସ୍ଓଡିଏଲ୍ ଆପ୍ କିମ୍ୱା ଟୋଲ୍ ଫ୍ରି ନମ୍ୱରରେ କଲ୍ କରି ନମ୍ୱରକୁ ପଞ୍ଜିକୃତ କରାଇପାରିବେ । ଟିପିଏସ୍ଓଡିଏଲ୍ ନିଜର ସମସ୍ତ ଯୋଗାଯୋଗ ଚ୍ୟାନେଲର ବ୍ୟବହାର କରି ଉପଭୋକ୍ତାଙ୍କ ନିକଟରେ ନିଜ ଉପସ୍ଥିତିକୁ ବଢ଼ାଉଛି । ମିସ୍ଡ କଲ୍ ଯୋଗେ ଅଭିଯୋଗ ପଞ୍ଜିକରଣ ସମେତ ଉପଭୋକ୍ତାମାନେ ମାଇଁ ଟାଟାପାୱାର ଆପ୍ ଓ ଟୋଲ୍ ଫ୍ରିନମ୍ବର ୧୯୧୨ ଏବଂ୧୮୦୦-୩୪୫-୬୭୯୭ର ବ୍ୟବହାର ଜାରି ରଖିପାରିବେ।

ମିସଡ୍ କଲ୍ ସେବା ଉପଭୋକ୍ତାଙ୍କ ଅଭିଯୋଗ ସମ୍ପର୍କିତ ସୂଚନା ପ୍ରଦାନ କ୍ଷେତ୍ରରେ ଏକ ସହଜ ଓ ସମୟ ଉପଯୋଗୀ ସମାଧାନ ଭାବେ କାର୍ଯ୍ୟ କରେ । କଲ୍ ସେଣ୍ଟର ଉପରେ କାର୍ଯ୍ୟଭାର କମାଇବା ସହ ଜଟିଳ ସମସ୍ୟାର ସମାଧାନ ନିମନ୍ତେ କଲ୍ ସେଣ୍ଟର କର୍ମଚାରୀମାନଙ୍କୁ ଅଧିକ ସମୟ ଯୋଗାଇଥାଏ । ଉପଭୋକ୍ତାମାନେ ଯେକୌଣସି ସମୟରେ ଏହି ମିସ୍ଡ କଲ୍ ସେବାର ସୁବିଧା ଉଠାଇ ପାରିବେ । ଟିପିଏସ୍ଓଡିଏଲ୍ ଏହି ଭଳି ଅଭିନବ ଉଦ୍ୟମ ଜରିଆରେ ନିଜର ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ରହିଛି ।

LEAVE A REPLY

Please enter your comment!
Please enter your name here