ପୋଲସରା , ୧୨/୧୧/୨୪ : ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସର ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀକୁ ଦେବ ଉତ୍ଥାପନ ଏକାଦଶୀ ବା ବଡ଼ ଏକାଦଶୀ ବୋଲି କୁହାଯାଇଥାଏ l ବର୍ଷର ସମସ୍ତ ଏକାଦଶୀ ଠାରୁ ଦେବ ଉତ୍ଥାପନ ଏକାଦଶୀର ଅଲଗା ମହତ୍ତ୍ଵ ରହିଅଛି l ଯାହାକୁ ନେଇ ପୋଲସରା ସହର ମଧ୍ୟରେ ଥିବା ସମସ୍ତ ବିଷ୍ଣୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ ରହିଥିଲା । ଦୀର୍ଘ ଚାରି ମାସ ପରେ ଶ୍ରୀହରୀ ବିଷ୍ଣୁ ଯୋଗ ନିଦ୍ରାରୁ ଉଠି ଥାଆନ୍ତି l ଭଗବାନ ବିଷ୍ଣୁ ଉଠିବା ମାତ୍ରକେ ଚତୁର୍ମାସ ସମାପ୍ତ ହୋଇଯାଇଥାଏ । ତତ୍ ସହିତ ଆଜିର ଦିନଠାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇ ଥାଏ l ଏହାଛଡା ଭଗବାନ ବିଷ୍ଣୁ ଉଠିବା ପରେ ତୁଳସୀଙ୍କ ସହିତ ଶାଳଗ୍ରାମଙ୍କ ବିବାହ ମଧ୍ୟ ହୋଇଥାଏ l ତେଣୁ ଏହି ଏକାଦଶୀ ଖୁବ ଫଳଦାୟୀ ଅଟେ l ଏହି ମାନ୍ୟତା ଅନୁସାରେ ଏହିଦିନ ବ୍ରତ ରଖୁଥିବା ମହିଳା ପୁରୁଷ ମାନେ ୭ ଜନ୍ମର ପାପ ଦୂର ହୋଇଥିବା ବେଳେ ପରିବାରେ ସମସ୍ତ କ୍ଳେଶ ଦୂର ହୋବା ସହ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ପାଇବାର ଆଧ୍ୟାତ୍ମିକ ମତ ରହିଛି । ଯାହା ଆଜିର ଜୀବନଶୈଳୀରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଏକାଗ୍ରତା ସୃଷ୍ଟି ହେବା ସହ ଏହି ଏକାଦଶୀର ମହାତ୍ମକୁ ନେଇ ଶ୍ରଦ୍ଧା ପୂର୍ବକ ସମସ୍ତ ଶ୍ରଦ୍ଧାଳୁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଅଜସ୍ର କୃପା ଲାଭ କରିଥିଲେ ।