ଉପେନ୍ଦ୍ର ଭଞ୍ଜ ସ୍ମୃତି, ସାହିତ୍ୟ ସଂସଦ ପକ୍ଷରୁ ଭଞ୍ଜ ଜୟନ୍ତୀ ପାଳନ

0
4

ବୁଗୁଡା , ୪/୨/୨୫ : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମରେ ପ୍ରତିଷ୍ଠିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସ୍ମୃତି, ସାହିତ୍ୟ ସଂସଦ ପକ୍ଷରୁ ଭଞ୍ଜ ଜୟନ୍ତୀ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ “ଭଞ୍ଜ ମାଟି” ସାହିତ୍ୟ ପତ୍ରିକାର ସମ୍ପାଦକ କାମରାଜୁ ସାହାଣୀ ଅଧ୍ୟକ୍ଷତା କରିଥିବା ବେଳେ ଭଞ୍ଜ ଜୟନ୍ତୀ ଓ ଭଞ୍ଜ ସଙ୍ଗୀତ ସାହିତ୍ୟ ଆସାର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷାବିତ ରଘୁନାଥ ସାହୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ମହାବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଓ ମୁଖ୍ୟ ବକ୍ତା ଭାବେ ଗୋବରା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ନଳିନୀ ପ୍ରଭା ଦାଶ ଯୋଗଦେଇଥିଲେ। ଅତିଥି ବୃନ୍ଦ ଓଡ଼ିଆ ସାହିତ୍ୟକୁ ଭଞ୍ଜ ସାହିତ୍ୟର ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ। କଣ୍ଠଶିଳ୍ପୀ ସୁରେନ୍ଦ୍ର ଦାସ, ରୀତି ସ୍ନିଗ୍ଧା ପ୍ରଧାନ, ମିତାଲି ପଟ୍ଟନାୟକ, କାଳୁ ଚରଣ ଘଡେଇ, ପ୍ରଭାକର ସ୍ୱାଇଁ, କେଦାର ଜେନା, ରାମଚନ୍ଦ୍ର ସାହୁ ପ୍ରମୁଖ ଭଞ୍ଜ ସଙ୍ଗୀତର ଛାନ୍ଦ, ଚଉପଦି ଗାନ କରିଥିଲେ। ବିଶାଖା ମହାରଣା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ବାଦ୍ୟ ଯନ୍ତ୍ରରେ ମଧୁମଙ୍ଗଳ ମହାରଣା ଓ ଧୋବା ଗୌଡ଼ ସହଯୋଗ କରିଥିଲେ। ଶେଷରେ ବିଶିଷ୍ଠ ସମାଜସେବୀ ଡକ୍ଟର କୁମୁଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here