ବୁଗୁଡା ବନାଞ୍ଚଳ ପକ୍ଷରୁ ବିଶ୍ୱ ବନ ଦିବସ ପାଳନ

0
8

ବୁଗୁଡା ୨୧/୩/୨୫ (ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ୨୧ ତାରିଖ ଦିନ ବିଶ୍ୱ ବନ ଦିବସ ପାଳନ ହୋଇଯାଇଛି। ବିଶ୍ୱ ବନ ଦିବସ ଉପଲକ୍ଷେ ବୁଗୁଡା ବନାଞ୍ଚଳ ପରିସରରେ ଏକ ସଚେତନତା ସଭା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଏସିଏଫ ରଜତ କୁମାର ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ପୂର୍ବତନ ବନ ବିଭାଗ କର୍ମଚାରୀ ଶୁଳପାଣି ଶତପଥୀ ଯୋଗଦେଇଥିଲେ। ଚଳିତ ବର୍ଷର ସନ୍ଦେଶ ଥିଲା ” ବନ ଓ ଖାଦ୍ୟ ” । ବହୁ ଆଦିମ କାଳରୁ ମାନବ ସମାଜ ଖାଦ୍ୟ ପାଇଁ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ମଧ୍ୟ ଆଦିବାସୀ ଜନଜାତି ଲୋକମାନେ ବନରୁ ଖାଦ୍ୟ ସଂଗ୍ରହ କରୁଛନ୍ତି। ସେମାନେ ମଧ୍ୟ ବହୁ ଉପାଦେୟ ବନଖାଦ୍ୟ ଗ୍ରାମ ଓ ସହରରେ ବିକ୍ରି କରୁଛନ୍ତି। ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ରଙ୍କ ସମେତ ମୁଖ୍ୟ ଅତିଥି ଏସିଏଫ ଶ୍ରୀ ମିଶ୍ର ଓ ମୁଖ୍ୟ ବକ୍ତା ଶ୍ରୀ ଶତପଥୀ ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲ ନିଆଁକୁ ରୋକିବା ନେଇ ବକ୍ତବ୍ୟ ରଖିଥିଲେ। ଏଥିସହ ପ୍ରତ୍ୟେକ ଜନସାଧାରଣ ପ୍ରତ୍ୟେକ ବର୍ଷ ଗଛଟିଏ ଲଗାଇ ସେହି ଗଛକୁ ବଞ୍ଚାଇ ବଢ଼ିବାକୁ ନିଶ୍ଚିତ କରିବାକୁ ପରାମର୍ଶ ଦେବା ସହ ଜଙ୍ଗଲ ତଥା ବୃକ୍ଷର ଉପକାରୀତା ବିଷୟ ନେଇ ବକ୍ତବ୍ୟ ରଖିଥିଲେ। ବନ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ପିପୁଲସ କଲେଜ ଛାତ୍ରଛାତ୍ରୀ ବୃନ୍ଦ ଶପଥ କରିଥିଲେ। ବନପାଳ, ବନରକ୍ଷୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here