ବୁଗୁଡା , ୨୨/୩/୨୫ : (ଅନିଲ କୁମାର ମହାରଣା) ମାର୍ଚ୍ଚ ୨୧ ତାରିଖ ହେଉଛି ବିଶ୍ୱ ବନ ଦିବସ। ବୁଗୁଡା ପିପୁଲସ କଲେଜରେ ବିଶ୍ୱ ବନ ଦିବସ ପାଳନ ହୋଇଯାଇଛି। ଚଳିତ ୨୦୨୫ ବର୍ଷର ବନ ଦିବସର ସନ୍ଦେଶ ଥିଲା “ବନ ଓ ଖାଦ୍ୟ”। ଏହି ବିଶ୍ୱ ବନ ଦିବସ ଉପଲକ୍ଷେ ପିପୁଲସ କଲେଜରେ ସଚେତନତା ସଭା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ବନ ଓ ଖାଦ୍ୟ” ବିଷୟ ବସ୍ତୁକୁ ନେଉ ପୋଷ୍ଟର ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଶ୍ୱ ବନ ଦିବସ ଉପଲକ୍ଷେ ଆୟୋଜିତ ସଭାରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସିଏଫ ରଜତ କୁମାର ମିଶ୍ର , ମୁଖ୍ୟ ବକ୍ତା ଭାବେ ଶୁଳପାଣି ଶତପଥୀ , ସମ୍ମାନିତ ଅତିଥି ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ଓ ନିମନ୍ତ୍ରିତ ଅତିଥି ଭାବେ ପ୍ରକୃତି ବନ୍ଧୁ ବିଜେତା ଆଡଭୋକେଟ ସାଇ ସଂତୋଷିନି ପ୍ରଧାନ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଏସିଏଫ ଶ୍ରୀ ମିଶ୍ର, ମୁଖ୍ୟ ବକ୍ତା ଶ୍ରୀ ଶତପଥୀ ଓ ସମ୍ମାନିତ ଅତିଥି ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ର ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା ଓ ଜଙ୍ଗଲ ନିଆଁ ରୋକିବା ବିଷୟରେ ନିଜ ବକ୍ତବ୍ୟରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଜଙ୍ଗଲ ବଞ୍ଚିଲେ ହି ପ୍ରାଣୀ ଜଗତ ବଞ୍ଚି ରହିପାରିବ। ସେଥିପାଇଁ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ପ୍ରତି ବର୍ଷ ଅତି କମରେ ଗୋଟିଏ ଗଛ ଲଗାଇ ଗଛକୁ ବଢାଇବାକୁ ସଂକଳ୍ପ ନେବାକୁ ପଡିବ। ଅସାମାଜିକ ବ୍ୟକ୍ତିମାନେ ଜଙ୍ଗଲରେ ଅଗ୍ନି ସଂଯୋଗ କରିବା ଦ୍ୱାର ବହୁ ମୂଲ୍ୟବାନ ଗଛ ସହ ବିଭିନ୍ନ ଔଷଧିୟ ବୃକ୍ଷ ପୋଡି ନଷ୍ଟ ହୋଇଯାଉଥିବା ବେଳେ ବନ୍ୟପ୍ରାଣୀ ଗ୍ରାମ ଓ ସହର ମୁଖା ହେଉଥିବା ପ୍ରକାଶ କରିଥିଲେ। ଅଧ୍ୟାପକ ଆତ୍ମପ୍ରକାଶ ନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବ ବେଳେ ଅଧ୍ୟାପକ ତଥା ଏନସିସି ଅଫିସର ଲେଫନାଣ୍ଟ ଅଜୟ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଯୁବ ରେଡ଼ କ୍ରସ ସଂଯୋଜକ ଅଧ୍ୟାପକ ପବିତ୍ର କୁମାର ଖଣ୍ଡୁଆଳ, ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରାୟଙ୍କ ସମେତ ଏନସିସି କ୍ୟାଡଟ, ଯୁବ ରେଡ଼ କ୍ରସ ଓ ଏନଏସଏସ ସ୍ୱେଚ୍ଛାସେବୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅଧ୍ୟାପକ ସଞ୍ଜୟ କୁମାର ପ୍ରଧାନ ଓ ଆଡଭୋକେଟ ବିଭୁଦତ୍ତ ନାୟକ ଓ ବନ ବିଭାଗ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ନିର୍ମିତ ପୋଷ୍ଟର ମୂଲ୍ୟାୟନ କରାଯାଇଥିଲା। ଛାତ୍ରଛାତ୍ରୀ ବୃନ୍ଦ ସୁନ୍ଦର ଭାବେ ପୋଷ୍ଟର ତିଆରି କରି ଉପସ୍ଥାପନ କରିଥିଲେ। ଏହି ପ୍ରତିଯୋଗିତାରେ +୩ ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ଉର୍ମିଳା ମହାନ୍ତି ପ୍ରଥମ ହୋଇଥିବା ବେଳେ +୩ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ସଂହିତା ରାଉତ ଦ୍ଵିତୀୟ ଏବଂ +୩ ଦ୍ଵିତୀୟ ବର୍ଷ କଳା ଛାତ୍ରୀ ଇତିଶ୍ରୀ ନାୟକ ଓ ପୂଜା ଗୌଡ଼ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ।