ବୁଗୁଡା , ୨୨/୩/୨୫ : (ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାର ଘୁମୁସର ଦକ୍ଷିଣ ବନ ଖଣ୍ଡ ଅଧିନସ୍ଥ ବୁଗୁଡା ବନାଞ୍ଚଳରେ ୯୦.୧୧ ଘନ ଫୁଟର ୫ ଖଣ୍ଡ ଶାଳ ଗଣ୍ଡି ଜବତ ହୋଇଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ପ୍ରକାଶ କରିଛନ୍ତି। ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ(ଡିଏଫଓ) ବିନୋଦ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ରେଞ୍ଜର ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀ ଚଢ଼ାଉ କରି ୫ ଖଣ୍ଡ ମୂଲ୍ୟବାନ ଶାଳ ଗଣ୍ଡି ଜବତ କରି ବୁଗୁଡା ବନାଞ୍ଚଳ ପରିସରରେ ରଖାଯାଇଛି। ପଞ୍ଚଭୂତି ବନପାଳଙ୍କ ଏରିଆ ଅନ୍ତର୍ଗତ ଉଦୟପୁର ବିଟର ୩ ନମ୍ବର ସଂରକ୍ଷିତ ଜଙ୍ଗଲରେ ୫ ଖଣ୍ଡ ଶାଳ ଗଣ୍ଡି ଚୋରା ଚାଲାଣ ପାଇଁ ଗଚ୍ଛିତ ଥିବା
ଜାଣିପାରି ରେଞ୍ଜର ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ବୃନ୍ଦ ଚଢ଼ାଉ କରି ୯୦.୧୧ ଘନ ଫୁଟର ୫ ଖଣ୍ଡ ଶାଳ ଗଣ୍ଡି ଜବତ କରିଥିଲେ।