ଶରଣ ଶ୍ରୀକ୍ଷେତ୍ରରେ ଓଡ଼ିଆ ନୂତନ ବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ

0
24

ପୋଲସରା, ୧୪/୪/୨୫ : ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତର ପବିତ୍ର ଶରଣ ଶ୍ରୀକ୍ଷେତ୍ର ପୀଠ, ମାରଦା ମନ୍ଦିର ପରିସରରେ ଓଡ଼ିଆ ନୁଆଁ ବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ଯଜ୍ଞ ସହିତ ଅର୍ଣ୍ଣପ୍ରସାଦ ଭୋଗ ପୂଜା କରାଯାଇଥିଲା। ଏହି ଅବସରରେ ହନୁମାନ ଚାଳିଶା ପାଠ କରାଯାଇଥିଲା। ଏଥିରେ ଶ୍ରୀ ମାରଦା ଉନ୍ନୟନ ପରିଷଦର ସଭାପତି ମହନ୍ତ ସୁନ୍ଦରରାମ ଦାସ ମଠାଧୀଶ, ସମ୍ପାଦକ ଶ୍ୟାମ ସୁନ୍ଦର ସାହୁ, ଉପ ସଭାପତି ଆଡଭୋକେଟ ରମେଶ ଚନ୍ଦ୍ର ପ୍ରଧାନ, ଆଡଭୋକେଟ ପବିତ୍ର କୁମାର୍ ନାୟକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରାଧାଶ୍ୟାମ ପଣ୍ଡା , ଜଗବନ୍ଧୁ ମହାପାତ୍ର, ପ୍ରଭାତ କୁମାର ଶାସମଲ, ସରପଞ୍ଚ ପ୍ରତିନିଧି କୈଳାସ ଚନ୍ଦ୍ର ବେହେରା, ସମିତି ସଭ୍ୟା ପ୍ରତିନିଧି ପବିତ୍ର କୁମାର ପାତ୍ର, ରାମକୃଷ୍ଣ ବାରିକ, ଅଭି ମହାନ୍ତି, ରାମ ଚନ୍ଦ୍ର ବାରିକ, ମଙ୍ଗୁଳୁ ସାହୁ ଓ ମଥୁରା ଗ୍ରାମ ବାସୀଙ୍କ ସହଯୋଗରେ ହନୁମାନ ଜୟନ୍ତୀ ପାଳନ ଆଡମ୍ବରରେ କରାଯିବା ସହିତ ହନୁମାନ ଚାଳିଶା ପାଠ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here