ଗ୍ରୁପ୍ ମହିଳାଙ୍କ ଅଜାଣତରେ ବିଭିନ୍ନ ବ୍ୟାଙ୍କରୁ ଲୋନ୍ (୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକିନେଇ ମହିଳା ଫେରାର)

0
37

ପୋଲସରା, ୧୭/୦୫/୨୫ : କିଛି କାମଧନ୍ଦା ନକରି ଶୀଘ୍ର କିପରି ଲକ୍ଷପତି ଓ କୋଟିପତି ହେବେ ସେହି ନିଶାରେ ଆଜିର ଯୁବଗୋଷ୍ଠୀ । ଏପରିକି କିଛି ମହିଳା ମଧ୍ୟ ରାତାରାତି କୋଟିପତି ହେବାର ଆଶା ରଖି ଭଦ୍ର ଓଢ଼ଣି ତଳେ କ୍ରାଇମ୍ କରିବାକୁ ମଧ୍ୟ ପଛାଉ ନାହାନ୍ତିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଫାଣ୍ଡି ଅଧିନରେ ଥିବା ଧୋୟାକଣା ଗ୍ରାମରେ। ଝିଲି ଦାସ ନାମକ ଜଣେ ମହିଳା ସେହି ଗ୍ରାମର ମହିଳାଙ୍କ ନାମରେ ବିଭିନ୍ନ ବ୍ୟାଙ୍କରୁ ଲୋନ୍ କରି ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇ କେଉଁ ଆଡେ ଫେରାର୍ ହୋଇଥିବା ଜଣାପଡିଛି। ଶନିବାର ବାଲିଛାଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ସମସ୍ତ ମହିଳା। ବାଲିଛାଇ ଫାଣ୍ଡି ଅଧିକାରୀ ଉକ୍ତ ଘଟଣାକୁ ଗୁରୁତ୍ବର ସହ ବିଚାର କରି ତଦନ୍ତ ପ୍ରକ୍ରିୟା ଜୋରଦାର କରୁଥିବା ଜଣାପଡିଛି। ଠକାମୀର ଶିକାର ହୋଇଥିବା ମହିଳାମାନଙ୍କ କହିବା ପ୍ରକାରେ ଧୋୟାକଣା ଗ୍ରାମର ଅବିବାହିତା ମହିଳା ଝିଲି ଦାସ ବହୁ ପୂର୍ବରୁ ପ୍ରତ୍ୟେକ ଗ୍ରାମରେ ମହିଳାମାନଙ୍କୁ ନେଇ ଗ୍ରୁପ୍ କରିବା ସହ ବିଭିନ୍ନ ବ୍ୟାଙ୍କରୁ ଲୋନ୍ ଆଣି ମହିଳାଙ୍କ ବିଶ୍ୱାସ ଭାଜନ ହୋଇଥିଲେ। ବିଭିନ୍ନ ବ୍ୟାଙ୍କରୁ ଋଣ ଆଦାନପ୍ରଦାନ ସମୟରେ ଆବଶ୍ୟକତା ପଡୁଥିବା ସମସ୍ତ କାଗଜପତ୍ରରେ ମହିଳାମାନଙ୍କ ସ୍ବାକ୍ଷର ଓ ଟିପି ଚିହ୍ନ ନେଇ ଝିଲି ଦାସ ଟଙ୍କା ଆଣୁଥିଲେ। ପ୍ରାଇଭେଟ୍ ବ୍ୟାଙ୍କ ଦ୍ବାରା ପ୍ରଚଳିତ ସମସ୍ତ ଲୋନ୍ ସମ୍ବନ୍ଧୀୟ ଦସ୍ତାବିଜ ଏହି ଗ୍ରୁଫ୍ ମହିଳାଙ୍କ ବିନା ଅଜାଣତରେ ସମସ୍ତ ଦସ୍ତାବିଜ ଆଣି ଲୋନ୍ କରିବାରେ ସହାୟକ ହେଉଥିଲେ । ଏପରିକି ପ୍ରତ୍ୟେକ ମହିଳାଙ୍କ ଲୋନ୍ ସୁନିଶ୍ଚିତ କରିବା ପାଇଁ ଚଞ୍ଚକତା କରି ମିଛସତ କହି ସମସ୍ତ ମହିଳାଙ୍କ ଠାରୁ ବିଭିନ୍ନ ବ୍ୟାଙ୍କ କାଗଜରେ ମହିଳାମାନଙ୍କ ଦସ୍ତଖତ କରି ନେଉଥିଲେ । ପରବର୍ତ୍ତୀ ସମୟରେ ଝିଲି ଦାସ ବିଭିନ୍ନ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଲୋନ୍ କରି ସେହି ସମସ୍ତ ଟଙ୍କା ଧରି ଫେରାର୍ ହୋଇ ଯାଇଛନ୍ତି। ଧୋୟାକଣା ଗ୍ରାମରେ ଥିବା ଝିଲି ନିଜ ଘରକୁ ମଧ୍ୟ ଗ୍ରାମର କିଛି ସହଯୋଗୀଙ୍କ ସହଯୋଗରେ ବିକ୍ରୀ କରିବାର ମସୁଧା କରୁଥିବା ଜଣାପଡିଛି। ଯାହାକୁ ନେଇ ଠକାମୀର ଶିକାର ହୋଇଥିବା ସମସ୍ତ ମହିଳା ପରିବାର ଏକତ୍ରିତ ହୋଇ ପୋଲସରା ତହସିଲଦାର ଙ୍କୁ ଦେଖା ସାକ୍ଷାତ କରି ଉକ୍ତ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ଏସବୁ ପରେ ଗୃପ ମହିଳାଙ୍କ ଅଜାଣତରେ ହୋଇଥିବା ବ୍ୟାଙ୍କ ଲୋନକୁ ନେଇ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ଏହି ମହିଳା ଗୃପଙ୍କୁ ଲୋନ୍ ଟଙ୍କା ପରିଶୋଧ କରିବା ପାଇଁ ବାଧ୍ୟ କରୁଛନ୍ତି । ଯାହାକୁ ନେଇ ଠକାମୀର ଶିକାର ହୋଇଥିବା ମହିଳା ମାନେ ବ୍ୟାଙ୍କ ଅଧିକାରୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ବାଲିଛାଇ ଫାଣ୍ଡି ସମ୍ମୁଖରେ ଛିଡ଼ା ହୋଇ ମୁଖ୍ୟ ଅଭିଯୁକ୍ତ ଝିଲି ଦାସର ଫୋଟକୁ ଧରି ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here