ବ୍ରହ୍ମପୁର ୧୭/୫ ସିବିଏସଇ ଦ୍ଵାରା ପରିଚାଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀ ଟପ୍ପର ଛାତ୍ରଛାତ୍ରୀ ମାନଙ୍କୁ ନେଇ ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ତରଫରୁ ଏକ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ଏପରି ସଫଳତା ଲାଗି ସମସ୍ତ୍ ଛାତ୍ରଛାତ୍ରୀ , ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଏଠାରେ ପ୍ରଶଂସା କରାଯାଇଥିଲା । । ସ୍କୁଲ୍ ନିର୍ଦେଶକ ଡ଼ଃ. ଜି. ଏସ ପଣ୍ଡା, ସହ ନିର୍ଦେଶକ ଇଂ. କୁନାଲ କୌଶିକ ପଣ୍ଡା , ସହ ଇ .ନିର୍ଦେଶକ ରାହୁଲ ରାଜ ପଣ୍ଡା, ଅଧ୍ୟକ୍ଷ ପ୍ରଫେସର କେ. ସି ପଣ୍ଡା,ଜେଡଏଓ ଡ଼ଃ ବିନାୟକ ସାହୁ, ଜେଡଏସି ଉଷାରାଣୀ ପଟ୍ଟନାୟକ ଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଦଶମ ପରୀକ୍ଷାରେ ଓମ୍ କାର ସାବତ ୯୪.୨୦ %ମାର୍କ ରଖି ସଫଳତା ଅର୍ଜନ କରିଥିବା ବେଳେ ଆରୀୟାନ ପାତ୍ର ୯୨.୬୦ %, ଶୁଭମ୍ ପାଣିଗ୍ରାହି ୯୧.୨୦ %, ତେଜସ୍ଵୀ ପାଢ଼ୀ ୯୦ % ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେହି ପରୀ +୨ ତଥା ଦ୍ଵାଦଶ ଶ୍ରେଣୀ ପରୀକ୍ଷାର ଟପ୍ପର ମାର୍କ ରଖି ସ୍କୁଲ ର ଗୌରବ ବୃଦ୍ଧି କରିଥିବା ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।