ଖବର ପ୍ରକାଶ ପରେ ମରାମତି ହେଲା ମଥୁରା – ଜେ. ଡେଙ୍ଗାପଦର ରାସ୍ତା

0
156

ପୋଲସରା, ୨୨/୫/୨୫ : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା – ଜେ. ଡେଙ୍ଗାପଦର ଆର.ଡି. ବିଭାଗ ରାସ୍ତାର ଶୋଚନୀୟ ଅବସ୍ଥା ବିଷୟ ନେଇ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେବା ପରେ ଏବଂ ସୁପ୍ରିମକୋର୍ଟର ଆଡଭୋକେଟ ସୁଶାନ୍ତ କୁମାର ମଳିକ ଜାତୀୟ ମାନବାଧିକାର ଆୟୋଗରେ ଅଭିଯୋଗ କରିବା ସହ ପୋଲସରା ବିଡ଼ିଓ ଶଶୀଭୂଷଣ ମହାପାତ୍ର ଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାର ମରାମତି ହୋଇଥିବା ଜଣାପଡିଛି। ମଥୁରା – ଜେ. ଡେଙ୍ଗାପଦର ରାସ୍ତାଟି ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହେବା ପାଇଁ ପୋଲସରା ପଞ୍ଚାୟତ ସମିତି ପକ୍ଷରୁ ପ୍ରସ୍ତାବ ଯାଇଛି। ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ପାଇଁ ପ୍ରାଥମିକ ସ୍ତରରେ ଥିବା ବେଳେ ଆର.ଡି. ବିଭାଗ ରାସ୍ତା ମରାମତି କରିପାରିବ ନାହିଁ ବୋଲି ଜଣାପଡିବା ପରେ ପୋଲସରା ବିଡ଼ିଓ ଶ୍ରୀ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଡେଙ୍ଗାପଦର ରାସ୍ତାର ମରାମତି କାର୍ଯ୍ୟ ହୋଇପାରିଛି। ରାସ୍ତା ମଧ୍ୟରେ ବଡ ଧରଣର ଖାଲୁଅ ଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ବସ ଜେ.ଡେଙ୍ଗାପଦର ଗ୍ରାମ ପଞ୍ଚାୟତକୁ ନଯିବା ଯୋଗୁଁ ଜନସାଧାରଣ ବସ ସେବାରୁ ବଞ୍ଚିତ ଥିବା ବେଳେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା। ପୋଲସରା ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ ରାସ୍ତା ମରାମତି ହେବା ଦ୍ୱାରା ସାମୟିକ ଭାବେ ରାସ୍ତାର ଅସୁବିଧା ସାମାନ୍ୟ ସୁଧୀରି ଥିବା ବେଳେ ତୁରନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହେବା ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଆନ୍ତରିକ ଉଦ୍ୟମ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here