ବ୍ରହ୍ମପୁର, ୦୮/୦୭/୨୦୨୫: ରାଜ୍ୟସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପରିବେଶ ସ°ରକ୍ଷଣ ତଥା ପରିବେଶ ସମ୍ପର୍କରେ ଜନସଚେତନତା ସୃଷ୍ଟି କ୍ଷେତ୍ରରେ ରାଜ୍ୟର ୩୦ ଜିଲ୍ଲାରୁ ଚୟନ ହୋଇଥିବା ୧୮୫ ପ୍ରକୃତି ମିତ୍ର ଓ ୨୧୧ ପ୍ରକୃତି ବନ୍ଧୁ ତାଲିକା ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ପ୍ରକୃତି ବନ୍ଧୁରେ ୨୨ ଓ ପ୍ରକୃତି ମିତ୍ରରେ ୨୦ ଜଣ ଚୟନ ହୋଇଥିଲେ | ସେଥି ମଧ୍ୟରୁ ଧରାକୋଟ ବ୍ଲକରୁ ଜଣେ ପ୍ରକୃତି ବନ୍ଧୁରେ ପୁରସ୍କାର ପାଇ ବ୍ଲକ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି| ରଶ୍ମିତା କୁମାରୀ ରାଉଳ ଯିଏକି,ବର୍ତମାନ ଧରାକୋଟ ବ୍ଲକର ଜୁନିଅର ରେଡ କ୍ରସ ସଂଯୋଜିକା, ସମାଜସେବୀ ଓ ସରଧାପୁରା ପ୍ରକଳ୍ପ ଉଚ୍ଛ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଭାବରେ କାଯ୍ୟରତ | ଜିଲ୍ଲା ସ୍ତରୀୟ ପରିବେଶ ଉଚ୍ଛବ ନଗର ବନ ଶିନ୍ଦୁରାପଲ୍ଲୀ, ଛତ୍ରପୁରଠାରେ ଏହି କାଯ୍ୟକ୍ରମ ଆୟୋଜିତ ହୋଇଥିଲା | ଉକ୍ତ କାଯ୍ୟକ୍ରମରେ ଗଞ୍ଜାମ ଉପଜିଲ୍ଲାପାଳ ଶିବାଶିଶ ବାର୍ଲା, , ବ୍ରହ୍ମପୁରବନ ଖଣ୍ଡ ଅଧିକାରୀ ସନ୍ନି ଖୋକର, ଭଞ୍ଜନଗର ଘୁମୁସର ବନ୍ ଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଘୁମୁସର ଦକ୍ଷିଣ ବନ ଖଣ୍ଡ ଅଧିକାରୀ ବିପାସା ପାରୁଲଙ୍କ ହସ୍ତରେ ରଶ୍ମିତା କୁମାରୀ ରାଉଳ ଙ୍କୁ ମାନପତ୍ର ସହ ୧୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା । ଇକୋ କ୍ଲବ ସଂଯୋଜକ ଶଙ୍କର ନାରାୟଣ ବେଜ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ ।ଏଠାରେ ବୃକ୍ଷରୋପଣ କରାଯାଇଥିଲା । ସେହି ପରୀ ବ୍ରହ୍ମପୁର ଡି ଏ ଭି ସ୍କୁଲ ର ବରିଷ୍ଠ ଶିକ୍ଷୟତ୍ରୀ ତଥା ଗାଇଡ କ୍ୟାପଟେନ ସ୍ଵପ୍ନା ରାଣୀ ପାଣିଗ୍ରାହୀ ଓ ଚିକିଟି ଗଡର ବରିଷ୍ଠ ଶିକ୍ଷୟତ୍ରୀ ତଥା ଲେଖିକା ସଂହିତା ମହାନ୍ତି ଙ୍କୁ ମଧ୍ୟ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିଲାଗି ଉଭୟ ଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।





