ବାଲିପଦର ବଣିକ ସଂଘର ସାଧାରଣ ବୈଠକ

0
94

ବୁଗୁଡ଼ା, ୦୯/୦୭/୨୫ : ବାଲିପଦର ବଣିକ ସଂଘର ସାଧାରଣ ବୈଠକ ବାଲିପଦରର ଆସ୍କା ରୋଡରେ ଅବସ୍ଥିତ ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ୍ ଷ୍ଟେସନ ନିକଟ ଫରେଷ୍ଟ ପାର୍କରେ ସଂଘର ସ୍ଥାୟୀ ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ପୌରହିତ୍ଯରେ ଜୁଲାଇ ୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସାଧାରଣ ସମ୍ପାଦକ ଜି. ମନୋଜ କୁମାର ପାତ୍ର, ଉପସଭାପତି ନାରାୟଣ ସାମନ୍ତରା, ସହ ସମ୍ପାଦକ ରାଜେନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ଉମା ଶଙ୍କର ନାୟକ ଯୋଗଦେଇ ସଂଘ ସମ୍ପର୍କିତ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ବିଶେଷ କରି ବାଲିପଦର ପେଣ୍ଠ ଅନ୍ତର୍ଗତ ପଚାଶ ଖଣ୍ଡ ଗ୍ରାମର ଖାଉଟିମାନଙ୍କୁ ଦୋକାନ ମାଲିକମାନେ ଉତ୍ତମ ବ୍ଯବହାର କରି ଭାଇଚାରା ବଜାୟ ରଖିବା ପାଇଁ ସଭାପତି ନିବେଦନ କରିଥିଲେ। ନୂତନ ସଭ୍ଯ ସଂଗ୍ରହ ସହ ବାଲିପଦର ବଜାରରେ ଦିନକୁ ଦିନ ଯେଉଁ ଭଳି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି ତାର ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ସମସ୍ତ ବ୍ୟବସାୟୀ ଗୁରୁତ୍ବାରୋପ କରିଥିଲେ। ବାଲିପଦର ଗଞ୍ଜାମ ଜିଲ୍ଲାର ଏକ ପ୍ରାଚୀନ ଗ୍ରାମ୍ୟ ସହର ହୋଇଥିବାରୁ ଏହାର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ କେ. ସୁବାସ ଚନ୍ଦ୍ର ପାତ୍ର, କାହ୍ନୁ ଚରଣ ବିଷୋୟୀ, ଜି. ସଞ୍ଜିବ କୁମାର ପାତ୍ର, ଇ. ବାଳ କୃଷ୍ଣ ଦୋରା , ଡି.ଗୋପାଳ କୃଷ୍ଣ ଆଚାରୀ, କେ. ମନୋଜ କୁମାର ଆଚାରୀ, କେ.ବାରାନିଧି ପାତ୍ର, କେ. ଦେବେନ୍ଦ୍ର ପାତ୍ର, ଜି. ଅଭୟ କୁମାର ପାତ୍ର, ଜି. ଅରବିନ୍ଦ ପାତ୍ର, କେ.ସିମାଞ୍ଚଳ ପାତ୍ର, ଅଚ୍ୟୁତ ପାତ୍ର, ରଙ୍କ ନିଧି ପୋଲାଇ, ଲକ୍ଷ୍ମଣ ପୋଲ।ଇ, ରାମ ଚନ୍ଦ୍ର ପୋଲାଇ, ତ୍ରିନାଥ ସାସମଲ, ବାଳକୃଷ୍ଣ ସାସମଲ ସମେତ ବାଲିପଦର ଚାମ୍ବରର୍ସ ଅଫ୍ କମର୍ସ ର ବହୁ ସଦସ୍ଯ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ କେ. ରାଘବ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here