ମହାମୟୀ ମହିଳା ମହାବିଦ୍ୟାଳୟ ରେ “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ

0
16

ବ୍ରହ୍ମପୁର,୦୯/୦୪/୨୦୨୬: ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ, ଗାନ୍ଧୀନଗର ଠାରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଉଚ୍ଚ ଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ, ଡ଼ ନାରାୟଣ ବେହେରା ଯୋଗଦେଇ ଖୁସି ବ୍ୟକ୍ତ କରିଥିଲେ । ଅଧ୍ୟକ୍ଷା ଡ. ନିବେଦିତା ମହାପାତ୍ର ଙ୍କ ସମେତ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରୀମାନେ ଯୋଗଦେଇ ଓଡ଼ିଆ ପୁସ୍ତକ କିଣିଥିଲେ । ଶିବାନୀ ପୁସ୍ତକାଳୟ, ବିବେକ ପୁସ୍ତକାଳୟ, ତାରାତାରିଣୀ ପୁସ୍ତକାଳୟ, ବିବେକାନନ୍ଦ କେନ୍ଦ୍ର, ଚିନ୍ମୟ ମିଶନ ପ୍ରଭୃତି ମହାବିଦ୍ୟାଳୟ କୁ ଆସି ୧୨୦୦୦ ରୁ ଉର୍ଦ୍ଧ ଟଙ୍କାର ପୁସ୍ତକ ବିକ୍ରି କରିଥିଲେ । କଲେଜ ପରିସରରେ ରୁଚି ଅନୁସାରେ ପୁସ୍ତକ କିଣିବାକୁ ପାଇ ଛାତ୍ରୀମାନେ ବହୁତ ଖୁସି ଅନୁଭବ କରିବା ସହ ସରକାରଙ୍କ ଏହି ପଦକ୍ଷେପକୁ ସ୍ଵାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here