ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସରରେ କଳାକାରଙ୍କୁ ସମ୍ବର୍ଦ୍ଧନା।

0
8

ପୋଲସରା, ୧୦/୦୪/୨୬ : ଗଞ୍ଜାମ ଜିଲ୍ଲାର ପୋଲସରା ପୌର ପରିଷଦ ପକ୍ଷରୁ ଏପ୍ରିଲ ୧୦ ତାରିଖ ଦିନ ଓଡ଼ିଆ ପକ୍ଷ ପାଳନ ଅବସରରେ ଲୋକ ସଂସ୍କୃତି ସହିତ ଜଡ଼ିତ ୨୬ ଜଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପୌର ପରିଷଦର ଅଧ୍ୟକ୍ଷା ସଙ୍ଗୀତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ସମେତ ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ ଏବଂ ୧୯ ଗୋଟି ୱାର୍ଡର କାଉନସିଲରମାନେ ଯୋଗ ଦେଇଥିଲେ। କ୍ଷେତ୍ର ପରିଦର୍ଶକ ଭଗବାନ ପ୍ରଧାନଙ୍କ ସଂଯୋଜନାରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିଥିବା କଳାକାରମାନଙ୍କୁ ପ୍ରଶଂସା କରାଯିବା ସହିତ ସେମାନଙ୍କୁ ଉତ୍ତରୀୟ, ଫଟୋଚିତ୍ର ସହିତ ପ୍ରଶଂସାପତ୍ର ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା।ଏଥି ସହିତ ଆସନ୍ତା ମଇ ମାସ ୧୬ ତାରିଖ ଠାରୁ ପୌର ପରିଷଦ ପକ୍ଷରୁ ଘରକୁ ଘର ବୁଲି ଜନଗଣନା-୨୦୨୭ ସକାଶେ ଉପସ୍ଥିତ କଳାକାରମାନଙ୍କୁ ଚିରିକୁଟ ଦେଇ ରୁପେଲି ପରଦା ମାଧ୍ୟମରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଷଦର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here