ଖରା ଲାଗି ଜାଭିୟର୍ସ ହାଇସ୍କୁଲ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବାଟୋଇ ଙ୍କୁ ପଣା ବଣ୍ଟନ

0
9

ବ୍ରହ୍ମପୁର, ୧୧/୦୪ : ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ପ୍ରତି ବର୍ଷ ପରୀ ଏବର୍ଷ ମଧ୍ୟ ମିନାକ୍ଷୀ ନଗର ସ୍ଥି ତ ସେଣ୍ଟ୍ ଜାଭି ୟର୍ସ ହାଇସ୍କୁଲର ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନଙ୍କ ତରଫରୁ ପଣା ବଣ୍ଟନ କରଯାଇଥିଲା ।ଛାତ୍ରଛାତ୍ରୀ ମାନେ ହିଲ ପାଟଣା ସ୍ଥିତ ସିଦ୍ଧ ହନୁମାନ ମନ୍ଦିର ସମ୍ମୁଖ ରାସ୍ତାରେ ଏପରି ଖରା ଦିନ ଲାଗି ବାଟୋଇ ମାନଙ୍କୁ ରୋଦ୍ର ତାପ ର ପ୍ରଭାବ ଓ କିପରି ନିଜକୁ ସୁରକ୍ଷିତ ରଖି ଖରାରେ ଯାତାୟାତ କରିବେ ସେଥିନେଇ ସଚେତନ କରିଥିଲେ । ଛାତ୍ରଛାତ୍ରୀମାନେ ପଣା ସହ ବିଭିନ୍ନ ଫଳ ମୂଳ ବଣ୍ଟନ କରି ସଚେତନତା କରି ଖୁସି ଅନୁଭବ କରିଥିଲେ । ଗାଇଡ୍ ଶିକ୍ଷୟିତ୍ରୀ ରଶ୍ମିତା ଦଳେଇ ଓ ଶିକ୍ଷକ ଅଭିଳାଶ ଶିଳା ପ୍ରମୁଖ ଏହାର ନେତୃତ୍ଵ ନେଇଥିଲେ। ଏପରି ମହତ୍ ଆଉ ସେବାମୁଳକ କାର୍ଯ୍ୟ ଲାଗି ସ୍କୁଲ ଅଧ୍ୟକ୍ଷ କାହ୍ନ ଚରଣ ପଣ୍ଡା, ନିର୍ଦ୍ଦେଶକ କୁନାଲ୍ କୌଶିକ ପଣ୍ଡା, ରାହୁଲ୍ ରାଜ ପଣ୍ଡା ସଭିଙ୍କୁ ସାଧୁବାଦ୍ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here