ବୁଗୁଡା, ୨୨/୪/୨୬ : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକର ରାମଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସୁବୁଦ୍ଧିପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନିଆ ଶିକ୍ଷାଦାନ ଶିକ୍ଷଣ କର୍ମଶାଳା ୨୧-୪-୨୬ ଓ ୨୨-୪-୨୬ ତାରିଖ ଦୁଇ ଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି। ରାମଣ୍ଡା କ୍ଲଷ୍ଟର ସିଆରସିସି ସୁଶାନ୍ତ କୁମାର ସେଠୀଙ୍କ ସଂଯୋଜନାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରତାପ କୁମାର ଖାଡଙ୍ଗା ଏବଂ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ସନ୍ତୋଷକୁମାର ବେହେରା, କାଳୀ ଚରଣ ଆଚାର୍ଯ୍ୟ, ନିରଞ୍ଜନ ଗୌଡ, ମାନସ ରଞ୍ଜନ ସେଠୀ, ଗୋକୁଳ ପ୍ରଧାନ ଓ ପ୍ରତାପ କୁମାର ନାୟକ ଯୋଗ ଦେଇଥିଲେ। ଏହି ଦୁଇ ଦିନିଆ କର୍ମଶାଳାରେ ରାମଣ୍ଡା କ୍ଲଷ୍ଟର ଅନ୍ତର୍ଗତ ୧୧ ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କ ଦ୍ୱାରା ସାକ୍ଷରତା, ସଂଖ୍ୟା ଜ୍ଞାନ ଓ ଶ୍ରେଣୀ ଉପଯୋଗୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରାଯାଇଥିଲା। ଶେଷରେ ଶିକ୍ଷୟତ୍ରୀ ସସ୍ମିତା ସ୍ୱାଇଁ ଧନ୍ୟବାଦ୍ ପ୍ରଦାନ କରିଥିଲେ।



