Home ବ୍ରହ୍ମପୁର ସ୍ପେଶାଳ ଗଞ୍ଜାମ ଜିଲ୍ଲା ଗସ୍ତରେ ଉପମୁଖ୍ୟମନ୍ତ୍ରୀ।ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର...

ଗଞ୍ଜାମ ଜିଲ୍ଲା ଗସ୍ତରେ ଉପମୁଖ୍ୟମନ୍ତ୍ରୀ।ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ସମୀକ୍ଷା

0
4

ଛତ୍ରପୁର, ୨୪/୦୪/୨୦୨୬: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଗଞ୍ଜାମ ଜିଲ୍ଲାଗସ୍ତରେ ଆସି ସ୍ଥାନୀୟ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ଏହି ସମୀକ୍ଷା ବୈଠକରେ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲବନ୍ତ ସିଂ, ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି, ସମସ୍ତ ଅତିରିକ୍ତ ଜ଼ିଲ୍ଲାପାଳ, ଉପଜିଲ୍ଲାପାଳ, ଜନପ୍ରତିନିଧି, ଜିଲ୍ଲାସ୍ତରୀୟ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମହିଳା ଓ କିଶୋରୀମାନଙ୍କ ସଶକ୍ତୀକରଣ ବିନା ସମାଜର ପ୍ରକୃତ ବିକାଶ ସମ୍ଭବ ନୁହେଁ। ସମ୍ପୂର୍ଣା ଶ୍ରୀ ମିଶନ ଓ ନିର୍ଭୟା କଢ଼ି ଭଳି ପଦକ୍ଷେପ ଗଞ୍ଜାମକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି।

ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ଅଙ୍ଗନୱାଡି କେନ୍ଦ୍ରରେ ଖାଲିଥିବା ପଦବୀଗୁଡିକ ପୁରଣ କରିବାକୁ ପରାମର୍ଶ ଦେବା ସହ
ଜିଲ୍ଲାର ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ, ବିଦ୍ୟୁତ ସଂଯୋଗ, ଶୌଚାଳୟ ନିର୍ମାଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଯେଉଁଠାରେ ଆଶା ଅନୁରୂପ ବିଦ୍ୟୁତ ସଂଯୋଗ ନାହିଁ ସେଠାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବିଦ୍ୟୁତ ସଂଯୋଗ କରିବାପାଇଁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ କୁପୋଷଣ ମୁକ୍ତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ତା ସହ ଜଗନ୍ନାଥ ସର୍କିଟ, ବିଚ ସର୍କିଟ ଓ ଶକ୍ତି ସର୍କିଟର ବ୍ୟାପକ ଉନ୍ନତିକରଣ କରାଯିବ ବୋଲି ସେ କହିଛନ୍ତି ।

ସୁଭଦ୍ରା ଯୋଜନା, ବେଟି ବଚାଓ ବେଟି ପଢ଼ାଓ, ପୋଷଣ କାର୍ଯ୍ୟକ୍ରମ, ନିର୍ଭୟା କଢି, ସ୍ୱୟଂ ସହାୟିକା ଗୋଷ୍ଠୀ ଉପରେ ମଧ୍ୟ ସେ ସମୀକ୍ଷା କରିଥିଲେ।

ଆସ୍କା ସାଂସଦ ଅନିତା ଶୁଭଦର୍ଶନୀ ଆସ୍କା ସଂସଦୀୟ କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଏବଂ ଗଞ୍ଜାମର ପଞ୍ଚଲିଙ୍ଗେଶ୍ୱର ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ତାମ୍ପରା ହ୍ରଦର ପୁନଃରୁଦ୍ଧାର କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବରିଷ୍ଠ ତୀର୍ଥ ଯାତ୍ରା ଯୋଜନା ରେ ପ୍ରଥମ ପର୍ଯ୍ୟାୟରେ ୭୭୫ ଜଣ ହିତାଧିକାରୀ ଅଯୋଧ୍ୟା, ବାରଣାସୀ ଏବଂ ଦ୍ୱିତୀୟ ପର୍ଯ୍ୟାୟ ରେ ୭୭୫ ଜଣ ହିତାଧିକାରୀ ଉଜ୍ଜୟିନୀ, ଓଁକାରେଶ୍ୱର ଭ୍ରମଣ କରିଥିଲେ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବୈଠକକୁ ଅବଗତ କରିଥିଲେ।

ଏହି ଅବସରରେ ସେ ଜିଲ୍ଲାର ସୁଭଦ୍ରା ଶକ୍ତି ଓ ଲକ୍ଷପତି ଦିଦିଙ୍କ ସହ ଉପମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରି ସେମାନଙ୍କ ଅନୁଭୂତି ଓ ସଫଳତାର କାହାଣୀ ଶୁଣିବା ସହ ଅନ୍ୟମାନଙ୍କୁ ଅନୁପ୍ରେରିତ କରିଥିଲେ । ଏହା ସହ ‘ସମ୍ପୂର୍ଣା ଶ୍ରୀ ମିଶନ’ ର ଲୋଗୋ ଓ ଏସଓପିକୁ ଉପମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ ।

ଗଞ୍ଜାମ ବ୍ଲକର କିଶୋରୀମାନଙ୍କ ଦ୍ୱାରା ‘ନିର୍ଭୟା କଢ଼ି’ ଅଭିଯାନ ଗୀତ ପରିବେଷଣ କରାଯାଇଥିଲା। ଏହି ଅଭିଯାନ ବାଲ୍ୟ ବିବାହ ରୋକିବା ଓ କିଶୋରୀ ସଶକ୍ତୀକରଣ ଦିଗରେ ଜିଲ୍ଲାର ଏକ ଅଭିନବ ପଦକ୍ଷେପ ଅଟେ । ଗଞ୍ଜାମ ସମର୍ପଣ, ବ୍ରହ୍ମପୁରୀ ପାଟ ଓ ପାଟ ଫ୍ରେମ୍ ଉପରେ ମଧ୍ୟ ବୈଠକରେ ଉପସ୍ଥାପନା କରାଯାଇଥିଲା।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!