Home ବ୍ରହ୍ମପୁର ସ୍ପେଶାଳ ପଦାର୍ଥ ବିଜ୍ଞାନ ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ୧୫ ଦିବସିୟ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ସମାପ୍ତ

ପଦାର୍ଥ ବିଜ୍ଞାନ ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ୧୫ ଦିବସିୟ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ସମାପ୍ତ

0
6

ବୁଗୁଡା, ୨୪/୪/୨୬ : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲ୍ସ କଲେଜର ପଦାର୍ଥ ବିଜ୍ଞାନ ବିଭାଗର ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ୧୫ ଦିବସିୟ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ଭାମଶ୍ୟାଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୧୦-୪-୨୬ ତାରିଖ ଦିନ ଆରମ୍ଭ ହୋଇ ୨୪-୪-୨୬ ତାରିଖ ଦିନ ସମାପ୍ତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗର ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀମାନେ ୧୫ ଦିନ ପର୍ଯ୍ୟନ୍ତ ଭାମଶ୍ୟାଳି ଗ୍ରାମ ପଞ୍ଚାୟତର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ବିଷୟରେ ସରପଞ୍ଚ ଓ ପଞ୍ଚାୟତ କର୍ମଚାରୀଙ୍କ ସହଯୋଗରେ ଅନୁଧ୍ୟାନ କରି ବିବରଣୀ ପ୍ରସ୍ତୁତ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳରେ ୨୪-୪-୨୬ ତାରଖ ଦିନ ଅନୁଷ୍ଠିତ ଉଦଯାପନି କାର୍ଯ୍ୟକ୍ରମରେ ଭାମଶ୍ୟାଳି ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ବିଶ୍ବାଳ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଓ ପଞ୍ଚାୟତର ଯୋଗାଣ ସହାୟକ ମିଥୁନ ବିଶ୍ୱାଳ ଯୋଗଦେଇଥିଲେ। ଛାତ୍ରଛାତ୍ରୀ ବୃନ୍ଦ ୧୫ ଦିନିଆ କାର୍ଯ୍ୟକ୍ରମର ଅନୁଭୂତି ପ୍ରକାଶ କରିବା ସହ ପଞ୍ଚାୟତର ସହଯୋଗ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ଭାମଶ୍ୟାଳି ପଞ୍ଚାୟତ ପକ୍ଷରୁ ସରପଞ୍ଚ ଶ୍ରୀ ବିଶ୍ବାଳ ଛାତ୍ରଛାତ୍ରୀମାନଙ୍କ ଇଣ୍ଟର୍ନସିପି ପ୍ରୋଗ୍ରାମରେ ଉତ୍ତମ କାର୍ଯ୍ୟକ୍ରମ ପାଇଁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଶେଷରେ ଛାତ୍ର କାହ୍ନୁ ଚରଣ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!