ବିଦ୍ୟୁତ୍ ଆଘାତରେ ମୃତ ପରିବାରକୁ ରେଡକ୍ରସ ପାଣ୍ଠିରୁ ସହାୟତା

0
2

ପୋଲସରା, ୨୮/୦୪/୨୬ : ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ ୧୨-୪-୨୬ ତାରିଖ ଦିନ ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରିବା ସମୟରେ ବିଦ୍ୟୁତ ଆଘାତରେ ଟିପିଏସଡିଏଲ ର ଠିକା କର୍ମଚାରୀ ସୁଶାନ୍ତ ଗୌଡଙ୍କ ମୃତ୍ୟୁ ଘଟିଥିଲା। ମୃତ ସୁଶାନ୍ତଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି କରିଥିଲେ। ଏହାସହିତ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ନିଜେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଫୋନ୍ ଯୋଗେ ଆଲୋଚନା କରି ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ କହିଥିଲେ।ଯାହାଦ୍ୱାରା ୨୮-୪-୨୬ ତାରିଖ ଦିନ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କାର ଏକ ଚେକ୍ ପୋଲସରା ତହସିଲଦାର ଦ୍ବିପ୍ତିମୟୀ ପାତ୍ର ମୃତକଙ୍କ ମା ଝୁନୁ ଗୌଡ ଓ ଭାଇ ନିଲୁ ଗୌଡଙ୍କୁ ପ୍ରଦାନ କରିଥିଲେ। ସେହିପରି ୨୬-୪-୨୬ ତାରିଖରେ ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିଷ୍ଠାତା ତଦସା ତପସ୍ୱିନୀ ପଟ୍ଟନାୟକ ,ଉତ୍ତମ କୁମାର ଦାସ ଓ ଟ୍ରଷ୍ଟର ଅନ୍ୟ ସଦସ୍ୟ ମାନେ ପହଞ୍ଚି ମୃତ ସୁଶାନ୍ତଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here