ବ୍ରହ୍ମପୁର୍ ୭ /୭ ଗୋଷାଣୀ ନୂଆ ଗ୍ରାମ ଡି.ଏ.ଭି ପବ୍ଲିକ ସ୍କୁଲରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ବନ ମହୋତ୍ସବ ମଙ୍ଗଳବାର ଉଦ୍ ଯାପିତ ହୋଇଯାଇଛି । ବିଦ୍ୟାଳୟ ର ଅଧ୍ଯକ୍ଷା ଧାରାଶ୍ରୀ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଏକ ସପ୍ତାହ ବ୍ୟାପୀ ଵୃକ୍ଷ ରୋପଣ ସହ ପରିବେଶର ସୁରକ୍ଷା ନେଇ ସଚେତନତା କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଚାରା ପ୍ରଦାନ୍ କରାଯିବା ସହ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା । ଉଦ୍ ଯାପନ ସମାରୋହରେ ସମସ୍ତଙ୍କୁ ଅଧ୍ୟକ୍ଷା ପାଢ଼ୀ ବନ ମହୋତ୍ସବ ର ଉଦ୍ଦେଶ୍ୟ ନେଇ ନିଜର ମତ ଉପସ୍ଥାପନ କରିଥିଲେ । ଏହି ଉଦ୍ଯାପନ କାଯ୍ୟକ୍ରମ ରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ରୂପେ ବନାଞ୍ଚଳ ବିଭାଗ ର ଆସିଷ୍ଟାଣ୍ଟ କଞ୍ଜରଭେଟର ସସ୍ମିତା ବିଶ୍ୱାଳ,ସମ୍ମାନୀତ ଅତିଥି ଭାବେ ଇକୋ କ୍ଲବ ସଂଯୋଜକ ଡ.ଶଙ୍କର ନାରାୟଣ ବେଜ୍ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନକୁ ବୃକ୍ଷ ର ଆବଶ୍ୟକତା ନେଇ ସଚେତନ କରିବା ସହ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ । ଇକୋ କ୍ଲବ ଦାୟିତ୍ୱ ଅଧିକାରୀ ଅମୃତା ପରିଚ୍ଛା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।



